www.samajalive.in
Saturday, December 6, 2025
16.1 C
Bhubaneswar

ଚୀନ୍ ସହିତ ବାଣିଜ୍ୟ କାରବାର ବନ୍ଦ କରିବ ଆମେରିକା : ଟ୍ରମ୍ପ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେ ଆମେରିକା ଚୀନ୍ ସହିତ ବାଣିଜ୍ୟ କାରବାର ବନ୍ଦ କରି ଦେଶର ଅର୍ଥନୀତିକୁ ଏଥିରୁ ଅଲଗା କରିପାରିବ। ଶ୍ରୀ ଟ୍ରମ୍ପ କହିଛନ୍ତି ଯେ ଯଦି ଚୀନ୍, ଆମେରିକାର ସଠିକ୍ ବ୍ୟବହାର ନକରେ ତେବେ ସେମାନେ ନିଶ୍ଚିତ ଭାବରେ ତାହା କରିବେ।

ସୂଚନାଯୋଗ୍ୟ, ଜୁନ୍ ମାସରେ ଆମେରିକାର ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମ୍ୟୁଚିନ୍ କହିଥିଲେ, ଯେ ଯଦି ଆମେରିକାର କମ୍ପାନୀଗୁଡ଼ିକୁ ଚୀନ୍ ଅର୍ଥବ୍ୟବସ୍ଥାରେ ନିରପେକ୍ଷ ଏବଂ ସମାନ ଆଧାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଏ ନାହିଁ, ତେବେ ଦୁଇ ଅର୍ଥନୀତିକୁ ଅଲଗା ହେବାକୁ ପଡ଼ିବ।

- Advertisement -

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବିବାଦକୁ ନେଇ ଆଲୋଚନା ବିଫଳ ହେବା ପରେ ଜାନୁଆରୀରେ ରାଷ୍ଟ୍ରପତି ଟ୍ରମ୍ପ ଦ୍ୱିତୀୟ ପର୍ଯ୍ୟାୟ କଥାବାର୍ତ୍ତାର ସମସ୍ତ ଦ୍ୱାର ବନ୍ଦ କରି ଦେଇଥିଲେ। ସେ କହିଥିଲେ ଯେ କୋଭିଡ ମହାମାରୀ ପ୍ରତି ଚୀନ୍‌ର ମନୋଭାବକୁ ନେଇ ସେ ଅସନ୍ତୁଷ୍ଟ ଅଛନ୍ତି ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories