www.samajalive.in
Saturday, December 6, 2025
14.1 C
Bhubaneswar

ପିଜୁଳିର ଏଭଳି ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ପିଜୁଳିରେ ଆଣ୍ଟିଅକ୍ସିଡ଼ାଣ୍ଟ ,ମିନେରାଲସ ଭରପୁର ମାତ୍ରାରେ ରହିଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ଅଟେ। ଏଥିରେ ଭିଟାମିନ ସି ରହିଛି। ଏହା ଏକ ଉତ୍ତମ ଓ ସ୍ୱାସ୍ଥ୍ୟହିତକାରୀ ଫଳ ଅଟେ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆମ ଚର୍ମକୁ ଉଜ୍ୱଳ କରିବା ସହ ଏଥିରେ ମାଙ୍ଗାନିଜ ଥିବାରୁ ଶରୀରର ଅବଶୋଷଣ ଶକ୍ତିକୁ ବଢାଇଥାଏ। ମାତ୍ର ସଭିଏଁ ହୁଏତ ଜାଣି ନଥିବେ ଏହା ଓଜନ ହ୍ରାସ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ପିଜୁଳିରେ ବହୁ କମ ମାତ୍ରାରେ କାର୍ବୋହାଇଡ଼୍ରେଡ଼ ରହିଛି। ପ୍ରାୟ ୧୦୦ ଟି ପିଜୁଳିରେ ୧୪ ଗ୍ରାମ କାର୍ବୋହାଇଡ଼୍ରେଡ଼ ଥାଏ। ଯେଉଁଥିରେ କାର୍ବୋହାଇଡ଼୍ରେଡ଼ ମାତ୍ରା କମ ଥାଏ, ତାହା ଓଜନ ହ୍ରାସ ପାଇଁ ଖୁବ ଲାଭକାରୀ ଅଟେ। ତେଣୁ ପିଜୁଳି ଖାଇବା ଦ୍ୱାରା ଓଜନ କମ ହୋଇଥାଏ।
ପିଜୁଳିରେ ଅଧିକ ପରିମାଣରେ ଫାଇବର ଥାଏ। ଓଜନ କମ କରିବା ପାଇଁ ହଜମ କ୍ରିୟା ଠିକ ଭାବେ କାର୍ୟ୍ୟ କରିବା ନିତ୍ୟାନ୍ତ ଆବଶ୍ୟକ। ଫାଇବର ପାଚନ ଶକ୍ତିକୁ ବଢାଇଥାଏ।
ପ୍ରୋଟିନର ଏକ ଉତ୍ତମ ସ୍ରୋତ ହେଉଛି ପିଜୁଳି। ପ୍ରୋଟିନ ଭୋକ ସହ ଜଡ଼ିତ ଗ୍ରେଲିନ ହରମୋନକୁ ନିୟନ୍ତ୍ରିତ କରିଥାଏ। ଯାହା ଆମ ଓଜନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଯେଉଁ ଫଳମାନଙ୍କରେ କ୍ୟାଲୋରୀର ମାତ୍ରା କମ , ତାହାକୁ ଖାଇବା ଦ୍ୱାରା ଓଜନ କମ ହୋଇଥାଏ। ତେଣୁ ପିଜୁଳି ଓଜନ ହ୍ରାସ ପାଇଁ ଏକ ଆବଶ୍ୟକ ଫଳ ଅଟେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories