୫କିମି ଭାରରେ ବୁହା ହୋଇ ରାସ୍ତାକୁ ଆସିଲେ ଗର୍ଭବତୀ

0

ଭବାନୀପାଟଣା: କଳାହାଣ୍ଡି ଜିଲାର ବହୁ ଦୁର୍ଗମ ଅଞ୍ଚଳରୁ ରୋଗୀମାନେ ଜିଲା ଓ ବ୍ଲକ ମହକୁମା ସ୍ଥିତ ଡାକ୍ତରଖାନାକୁ ଆସିବାକୁ ହେଲେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ମଙ୍ଗଳବାର ଥୁ.ରାମୁପର ବ୍ଲକ ବିରିକୋଟ ପଞ୍ଚାୟତର ତେନ୍ତୁଳିପଡା ନିକଟ ବଲାଙ୍ଗି ଗ୍ରାମର ଜଣେ ଗର୍ଭବତୀଙ୍କୁ ତାଙ୍କର ପରିବାର ଲୋକେ ଦୀର୍ଘ ୫ କିଲୋମିଟର ଭାରରେ ବୋହି ମୁଖ୍ୟ ରାସ୍ତାକୁ ଆଣିଥିଲେ। ପରେ ଗାଡିରେ ସଂପୃକ୍ତ ଥୁ.ରାମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ଘଟଣାରୁ ପ୍ରକାଶ ଯେ ଥୁ.ରାମୁପର ବ୍ଲକର ବିରିକୋଟ ପଞ୍ଚାୟତର ତେନ୍ତୁଳିପଡା ନିକଟ ବଲାଙ୍ଗି ଗ୍ରାମର ରୂପଧର ମାଝୀର ସ୍ତ୍ରୀ ମିଥିଲା ମାଝୀ ଆଜି ଗର୍ଭ ବେଦନା ଅନୁଭବ କରିଥିଲେ। ସ୍ଥାନୀୟ କ୍ୱାକ୍‍ ଦ୍ୱାରା ପ୍ରସୂତି ନହେବା ଫଳରେ ଉକ୍ତ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। କିନ୍ତୁ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁଁ ଉକ୍ତ ଅଞ୍ଚଳକୁ କୌଣସି ଯାନବାହାନ ଯିବା ସମ୍ଭବପର ନ ହେବା ଫଳରେ ବାଧ୍ୟ ହୋଇ ରୂପଧର ମାଝୀ ଏବଂ ତାଙ୍କ ପରିବାର ସଦସ୍ୟ ମିଥିଲାଙ୍କୁ ଏକ ଖଟିଆରେ ଭାର କରି ବଡଛତ୍ରଙ୍ଗ ପର୍ଯ୍ୟନ୍ତ ୫ କିଲୋମିଟର ଆଣିଥିଲେ। ପରେ ସେଠାରୁ ୧୦୮ ଗାଡିରେ ଥୁ.ରାମପୁର ବ୍ଲକ ହସପିଟାଲକୁ ଆଣି ଭର୍ତ୍ତି କରିଥିଲେ। ମିଥିଲାର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Leave A Reply