ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ଘୁଳୁଘୁଳିଆ ଶାଳନ୍ଦୀ ସେତୁ ନିକଟରେ ସୋମବାର ସଂନ୍ଧ୍ୟାରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁଳୁଘୁଳିଆ ଗ୍ରାମର ଦାଶରଥି ହୋ ବୋଲି ଜଣା ପଡ଼ିଛି ।

ସୂଚନା ଅନୁଯାୟୀ, କରଞ୍ଜିଆ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ କରଞ୍ଜିଆ ଡାକ୍ତର ଖାନାରୁ ଜଣେ ରୋଗୀକୁ ନେଇ କଟକ ଡାକ୍ତର ଖାନାରେ ଛାଡି କରଞ୍ଜିଆ ଫେରୁଥିବା ବେଳେ ରାସ୍ତାରେ ଚାଲି ଚାଲି ଘରକୁ ଯାଉଥିବା ଦାଶରଥୀ (୪୫) କୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ସେଠାରୁ ଖସି ଆସିଥିଲା । ଖବର ପାଇ ମହୁଲଡ଼ିହା ଥାନା ପୁଲିସ ଆମ୍ବୁଲାନ୍ସକୁ ପିଛା କରି ଠାକୁରମୁଣ୍ଡା ନିକଟରୁ ଧରି  ଥାନାରେ ଅଟକ ରଖିଥିଲେ। ଦୁର୍ଘଟଣାରେ ଗୁରୁତରକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀବାହୀ ବସରେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମହୁଲଡ଼ିହା ଥାନା ପୁଲିସ ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରିରଖିଛି  ।

Comments are closed.