www.samajalive.in
Saturday, December 6, 2025
14.1 C
Bhubaneswar

ଆମାଜନ୍‌ରେ ୩,୮୯୯ ଟଙ୍କାରେ ବିକ୍ରି ହେଉଛି ମଇଁଷି ? ବିଜ୍ଞାପନ କରୁଛି ଆଶ୍ଚର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ପୂର୍ବରୁ ବିଜ୍ଞାପନର ମାଧ୍ୟମ ଟିଭି କିମ୍ବା ରେଡିଓ ଥିଲା। କିନ୍ତୁ ଇଣ୍ଟରନେଟର ଆସିବା ପରେ ବର୍ତ୍ତମାନ ଆପଣ ପ୍ରତ୍ୟେକ ସୋସିଆଲ ମିଡିଆ ଏବଂ ପ୍ରତ୍ୟେକ ୱେବ୍ ପେଜ୍‌ରେ ବିଜ୍ଞାପନ ଦେଖିପାରିବେ। କିଛି ବିଜ୍ଞାପନ ଆମ ପାଇଁ ଅନେକ ଥର ଉପଯୋଗୀ ସାବ୍ୟସ୍ତ ହୋଇଥାଏ, କିନ୍ତୁ କିଛି ଏମିତି ବିଜ୍ଞାପନ ମଧ୍ୟ ଥାଏ ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଇତି ମଧ୍ୟରେ ଇନଷ୍ଟାଗ୍ରାମ ସ୍କ୍ରୋଲ୍ କରିବା ସମୟରେ ଏକ ଆମାଜନ ବିଜ୍ଞାପନ ଆସୁଛି, ଯାହାର ସ୍କ୍ରିନସଟ୍ ନିମ୍ନରେ ଦିଆଯାଇଛି। ଏହି ବିଜ୍ଞାପନ ଉପରେ ପ୍ରଥମ ନଜର ପଡ଼ିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଏହା କିଭଳି ସମ୍ଭବ ?

ଏହି ବିଜ୍ଞାପନ ଦେଖିଲେ ଲାଗୁଛି ଯେ ଆମାଜନରେ ମଇଁଷି ବିକ୍ରି ହେଉଛି। ବିଜ୍ଞାପନ ପେଜ୍‌ରେ Shop now ବ୍ୟତୀତ ଆଉ କୌଣସି ବିବରଣୀ ଦିଆଯାଇ ନାହିଁ। ଏହା ଉପରେ କ୍ଲିକ୍‌ କରିବା ପରେ ଏକ ପେଜ୍‌ ଖୋଲୁଛି, ଯାହାର ସ୍କ୍ରିନ୍‌ସଟ୍‌ ମଧ୍ୟ ନିମ୍ନରେ ପ୍ରଦାନ କରାଯାଇଛି। ପେଜ୍ ଖୋଲିବା ପରେ ଆପଣଙ୍କ ନଜର ଦାମ୍‌ ଉପରେ ପଡ଼ିବ। ଏଠାରେ ଦାମ୍‌ ୩,୮୯୯ ଟଙ୍କା ଲେଖାଯାଇଛି। ମୂଲ୍ୟ ଦେଖି ଆହୁରି ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏହା କେମିତି ହୋଇପାରେ। ତେବେ ଡେସ୍କ୍ରିପ୍‌ସନ୍‌ରେ ଦେଖିବା ପରେ ଏହାର ପ୍ରକୃତ କାହାଣୀ ଆପଣ ଜାଣିପାରିବେ।

- Advertisement -

ଏହି ବିଜ୍ଞାପନ ମଇଁଷିର ନୁହେଁ, ବରଂ ସେ ଯାହା ଉପରେ ଠିଆ ହୋଇଛି ତା’ର। ଅର୍ଥାତ୍ ମ୍ୟାଟ୍‌ର। ପରେ ଜଣାପଡ଼ୁଛି ଯେ ଏହା ହେଉଛି ୫ ଫୁଟ୍‌ର ଏକ ରବର ମ୍ୟାଟ୍, ଯାହାର ମୂଲ୍ୟ ୩,୮୯୯ ଟଙ୍କା। ଏଥିସହ ସୂଚନା ଦିଆଯାଇଛି ଯେ, ୬୨% ରିହାତି ପରେ ଏହି ମୂଲ୍ୟ ରହିଛି। ଏହା ବ୍ୟତୀତ ବିଜ୍ଞାପନରେ ଏହାର ରେଟିଙ୍ଗ୍‌ ମଧ୍ୟ ୫ ଷ୍ଟାର ଥିବା ଦେଖିବାକୁ ମିଳିଛି।

ସିନେପ୍ରେମୀ ଦିବସ ପାଇଁ ବଡ଼ ଘୋଷଣା, ମାତ୍ର ୯୯ ଟଙ୍କାରେ ଦେଖିପାରିବେ ସମସ୍ତ ନୂଆ ଚଳଚ୍ଚିତ୍ର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories