ନୂଆଦିଲ୍ଲୀ: ଭଲ ମୋବାଇଲଟିଏ କିଣିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ। କିନ୍ତୁ ମୋବାଇଲର ବଜେଟ ଏଥିରେ ବାଧା ଦେଇଥାଏ। ତେବେ ଅନଲାଇନ ଶପିଂ ସଂସ୍ଥା ଆମାଜନ ଆଜିଠାରୁ ଗ୍ରାହକମାନଙ୍କୁ ଏକ ନୂଆ ଅଫର ଦେଉଛି। ଆମାଜନରୁ ମୋବାଇଲ କିଣିଲେ ଗ୍ରାହକଙ୍କୁ ୭୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଅଫର ମିଳିବ। କିନ୍ତୁ ଏହା କେବଳ ଅନର ମୋବାଇଲ ଫୋନ ଉପରେ ସୀମିତ ରହିଛି।
ଏହି ଅଫର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ୫ ଦିନ ମଧ୍ୟରେ ଗ୍ରାହକମାନେ ଅନର ମୋବାଇଲ ଫୋନ କିଣି ୭୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ବୋଲି କୁହାଯାଇଛି। ତେବେ ଯେଉଁ ମୋବାଇଲ ରିହାତି ମିଳୁଛି ସେଗୁଡ଼ିକ ହେଲା, ଅନର ୮ଏକ୍ସ, ଅନର ଭ୍ୟୁ ୨୦ ଏବଂ ଅନର ୮ସି, ଅନର ପ୍ଲେ ଏବଂ ଅନର ୭ସି।
ଅନର ୮ଏକ୍ସ ମୋବାଇଲରେ ଗ୍ରାହକଙ୍କ ପାଇଁ ୪ ହଜାର ଟଙ୍କାର ଡିସକାଉଣ୍ଟ ରହିଛି। ମୋବାଇଲର ପ୍ରକୃତ ମୂଲ୍ୟ ୧୭,୯୯୯ ଟଙ୍କା ଥିବାବେଳେ ଆମାଜନରୁ ଏହାକୁ ଗ୍ରାହକ ୧୩,୯୯୯ ଟଙ୍କାରେ କିଣିପାରିବେ। ୬.୫ ଇଞ୍ଚ ଡିସପ୍ଲେ ବିଶିଷ୍ଟ ଏହି ମୋବାଇଲ କଳା, ନୀଳ ଏବଂ ନାଲି ରଙ୍ଗର ୩ଟି ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି।
ଅନର ପ୍ଲେ ମୋବାଇଲର ପ୍ରକୃତ ମୂଲ୍ୟ ୨୧,୯୯୯ ଟଙ୍କା ଥିବାବେଳେ ଏହା ୧୪,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ଅନର ଭ୍ୟୁ ୨୦ ମୋବାଇଲ ଫୋନର ୨ଟି ଭାରିଆଣ୍ଟ ରହିଛି। ୬ଜିବି ରାମ୍ ବିଶିଷ୍ଟ ମୋବାଇଲର ମୂଲ୍ୟ ୩୭,୯୯୯ ଟଙ୍କା ଥିବାବେଳେ ୮ଜିବି ରାମ୍ ମୋବାଇଲର ମୂଲ୍ୟ ୪୫,୯୯୯ ଟଙ୍କା ରହିଛି। ଏହାବ୍ୟତୀତ ଅନର ୮ସି ୨ଟି ମଡେଲରେ ଉପଲବ୍ଧ ହେଉଛି। ଗୋଟିଏର ମୂଲ୍ୟ ୯,୯୯୯ ଟଙ୍କା ଥିବାବେଳେ ଅନ୍ୟଟି ୧୨,୯୯୯ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅନର ୭ସି ମୂଲ୍ୟ ଯଥାକ୍ରମେ ୭,୯୯୯ ଏବଂ ୧୧,୯୯୯ ଟଙ୍କା ରହିଛି।



