ଭୁବନେଶ୍ୱର : ଖୋର୍ଦ୍ଧା ଜିଲାର ବରିଷ୍ଠ ନେତା ପୂର୍ବତନ ବିଧାୟକ ଜ୍ୟୋତିରାଦିତ୍ୟ ମିତ୍ର ଓରଫ ଜିତୁ ମିତ୍ର ସୋମବାର ତାଙ୍କର ପୁରୁଣା ଦଳ ବିଜେଡ଼ିରେ ଯୋଗ ଦେଇଛନ୍ତି। ସେ ବିଜେପିରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେଇଛନ୍ତି।୨୦୧୪ ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ। ବିଜେପିରେ ଯୋଗ ଦେଇ ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ। ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ। ସୂଚନା ଅନୁଯାୟୀ, ସେ ସୋମବାର ନବୀନ ନିବାସ ଯାଇ ବିଜେଡ଼ିରେ ଯୋଗ ଦେଇଛନ୍ତି।
ବିଜେଡ଼ିରେ ଯୋଗ ଦେଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର
Popular Categories



