ନୂଆଦିଲ୍ଲୀ : ଆମାଜନ୍ରେ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିବାଲ୍ ସେଲ୍ ଆରମ୍ଭ ହୋଇ ସାରିଛି । ଏହି ସେଲ୍ର ଲାଭ ଉଠାଇ ଆପଣ ଅନେକ ଜିନିଷକୁ ଶସ୍ତାରେ କିଣି ପାରିବେ । ସେଲ୍ରେ ଆପଣଙ୍କୁ ସ୍ମାର୍ଟଫୋନ୍ରେ ଆକର୍ଷଣୀୟ ଅଫର୍ରେ ମିଳୁଛି । ୧୦ ହଜାର ଟଙ୍କାରୁ ମଧ୍ୟ କମ୍ ଦାମ୍ରେ ୫ଜି ଫୋନ୍ କିଣି ପାରିବେ ।
ସେଲ୍ରେ କେବଳ ସ୍ମାର୍ଟଫୋନ୍ ନୁହେଁ ବରଂ ଏକ୍ସଚେଞ୍ଜ ଅଫର୍ ମଧ୍ୟ ମିଳିବ । ଇୟରବଡସ୍ ଓ ସ୍ମାର୍ଟୱାଚ୍ ପ୍ରାୟ ୮୦ ପ୍ରତିଶତ ରିହାତିରେ ମିଳୁଛି ।
ସେହିପରି ସେଲ୍ରେ ସାମ୍ସଙ୍ଗ, ସୋନି, ଏଲଜି, ଏମଆଇ, ଟିସିଏଲ, ଏସର୍ର ଟିଭିରେ ମଧ୍ୟ ଅଫର୍ ମିଳୁଛି । ଏଥିରେ ଏକ୍ସଚେଞ୍ଜ ଅଫର୍ ସହ ଜବରଦସ୍ତ ରିହାତି ମଧ୍ୟ ମିଳୁଛି ।
ଏହା ବ୍ୟତୀତ ୱାଶିଙ୍ଗ୍ ମେସିନ୍ ଓ ଏସିରେ ମଧ୍ୟ ୬୦ ପ୍ରତିଶତ ରିହାତିରେ କିଣି ପାରିବେ ।
ଅନ୍ୟାନ୍ୟ ଜିନିଷରେ ମଧ୍ୟ ୮୦ ପ୍ରତିଶତ ରିହାତି ମିଳୁଛି । ସମସ୍ତ ଅଫର୍ର ଫାଇଦା ଉଠାଇବା ସହ ଏସବୁ ଜିିନିଷକୁ ଅଧା ଦାମ୍ରେ କିଣି ପାରିବେ । ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଜିନିଷ ଉପରେ ୪୦ ପ୍ରତିଶତ ରିହାତି ମିଳୁଛି ।
ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..
ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ; ସାପକୁ ମୁଣ୍ଡିଆ ମାରିଲା ମାଙ୍କଡ, ଆଉ ତା’ପରେ..



