www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଆଙ୍କ ବୋଲବମ ଧ୍ବନିରେ ପ୍ରକମ୍ପିତ ହେଲା ହାଇଦ୍ରାବାଦ ସହର

ରାଜନଗର : ନିଜ ଜନ୍ମମାଟି ଓଡ଼ିଶା ଠାରୁ ହଜାର କିଲୋମିଟରରୁ ଉର୍ଦ୍ଧ୍ଵ ଦୂର ହାଇଦ୍ରାବାଦ ସହରରେ ରହୁଥିବା ଓଡ଼ିଆମାନଙ୍କ ବୋଲବମ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ସହର। ଶ୍ରାବଣର ଶେଷ ସୋମବାର ଦିନ ବୋଲବମ ଓଡିଆ ପୂଜା କମିଟି ହାଇଦ୍ରାବାଦ ପକ୍ଷରୁ ଆୟୋଜିତ ହୋଇଥିଲା ବୋଲବମ ଯାତ୍ରା। ସୋମବାର ସକାଳୁ ହାଇଦ୍ରାବାଦ ନର୍ସିଂ ଥାନା ଗଣ୍ଡିପେଟ ହ୍ରଦ ନିକଟରେ ଏକାଠି ହୋଇଥିଲେ ତିନି ଶହରୁ ଊର୍ଦ୍ଧ୍ବ ବୋଲବମ ଭକ୍ତ। ପୂଜାର୍ଚ୍ଚନା ପରେ ଜଳଭାର କାନ୍ଧରେ ଧରି ଖାନାପୁର ଠାରୁ ରାଜପଥ ଉପରେ ବୋଲବମ ହରହରବମ୍ ଧ୍ବନିଦେଇ ଭବ୍ୟ ଶୋଭାଯାତ୍ରା ମଞ୍ଜିଲେଶ୍ବର ଶୈବପୀଠରେ ପହଞ୍ଚିଥିଲା। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ହୋଇଥିବା ଦେଖିବାକୁ ମିଳିଥିଲା। ପୁଲିସ ସହାୟତାରେ ଏହି ଶୋଭାଯାତ୍ରା ଆଗକୁ ବଢିଚାଲିଥିଲା। ସବୁଠାରୁ ବଡ଼କଥା ହେଲା ଓଡ଼ିଆମାନଙ୍କ ଏହି ଭବ୍ୟ ବୋଲବମ ଯାତ୍ରା ହାଇଦ୍ରାବାଦବାସୀଙ୍କୁ ଆଶ୍ଚର୍ଯ୍ୟ ଓ ଆମୋଦ ଦାୟକ ଲାଗୁଥିଲା। ବାହାରକୁ ବାହାରି ଆସି ନିଜ ନିଜ ମୋବାଇଲରେ ଫଟୋ ଉଠାଇବା ସହ ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା। ନିଜ ଜନ୍ମସ୍ଥାନ ଠାରୁ ବହୁ ଦୂରରେ ଥିବା ଏହି ଓଡ଼ିଆମାନେ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷାକରି ସଙ୍ଗଠନ ଜରିଆରେ ବର୍ଷର ବିଭିନ୍ନ ସମୟରେ ଅଷ୍ଟମ ପ୍ରହରୀ ନାମଯଜ୍ଞ, ମହିମା ଅଲେଖ ଅଖଣ୍ଡ ବ୍ରହ୍ମଧ୍ବନି ଯଜ୍ଞ, ଦୁର୍ଗାପୂଜା, ରଥଯାତ୍ରା ଓ ଅନ୍ୟାନ୍ୟ ସାଂସ୍କୃତିକ, ଆଧ୍ୟାତ୍ମିକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି। ୨୦୨୨ମସିହାରେ ୪ବର୍ଷ ତଳେ ୩୦ଜଣ ବୋଲବମ ଭକ୍ତଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବୋଲବମ ଯାତ୍ରା ଏବେ ୩ଶହରେ ପହଞ୍ଚିଛି ।

ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories