ନୂଆଦିଲ୍ଲୀ : ଆରମ୍ଭ ହେବ ଅମରନାଥ ଯାତ୍ରା। ଅମରନାଥ ଯାତ୍ରୀଙ୍କୁ ଜଙ୍କ୍ ଫୁଡ୍ ମନା। ଦେଶର ପ୍ରସିଦ୍ଧ ଅମରନାଥ ଯାତ୍ରା ଜୁନ୍ ୨୯ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପଞ୍ଜୀକରଣ ଏପ୍ରିଲ ମାସରୁ କରାଯାଉଛିା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର ମଧ୍ୟ ସତର୍କ ଅଛନ୍ତି। ତେଣୁ, ସେମାନେ ଯାତ୍ରା ସମୟରେ କ’ଣ ଖାଇବା ଉଚିତ୍ ଏବଂ କ’ଣ ନୁହେଁ , ଏଥିପାଇଁ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅମରନାଥ ଯାତ୍ରା ସମୟରେ ଗତଥର ଭଳି ଜଙ୍କ ଫୁଡ ଖାଇବାକୁ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। କାରଣ ୨୦୨୨ ମସିହାରେ, ଯାତ୍ରା ସମୟରେ ପ୍ରାକୃତିକ କାରଣରୁ ପ୍ରାୟ ୪୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଏଥର ମଧ୍ୟ ସରକାର ଜଙ୍କ ଫୁଡ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେଣୁ ଯାତ୍ରୀମାନଙ୍କୁ ସେମାନଙ୍କର ଖାଇବା ଅଭ୍ୟାସର ଯତ୍ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ବୁଦ୍ଧ ପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ କଇଁଛ, ଦେଖନ୍ତୁ ଚମତ୍କାର, ଖାଲି ହେବନି ଆଲମିରା, କେମିତି ଚମକିବ ଭାଗ୍ୟ..
ସୂଚନାନୁସାରେ, ଯାତ୍ରା ସମୟରେ ଅମରନାଥ ତୀର୍ଥଯାତ୍ରୀମାନଙ୍କ ପାଇଁ ମୃଦୁ ପାନୀୟ, ସ୍ନାକ୍ସ, ତେଲରେ ଫ୍ରାଏ ହୋଇଥିବା ଜିନିଷ, ଫାଷ୍ଟଫୁଡ୍, ଜିଲାପି, ହାଲୱା, ମିଠା, ପୁରୀ, ଛୋଲେ ଭଟୁରେ, ଇତ୍ୟାଦି ସମ୍ପୂର୍ଣ୍ଣ ନିଷେଧ ହେବ। ସୂଚନା ଅନୁଯାୟୀ, ଭକ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। କୁହାଯାଉଛି ଯେ ୨୦୨୨ ଯାତ୍ରାରେ ୪୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାର କାରଣ କେବଳ ଖାଦ୍ୟ ଏବଂ ଜଳ। ଯାତ୍ରା ଅଧିନରେ ଆସୁଥିବା ଖାଦ୍ୟ ଷ୍ଟଲ, ଦୋକାନ ଆଦି ଅନ୍ୟାନ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହି ନିୟମ ଲାଗୁ । ତେଣୁ ଯାତ୍ରୀମାନଙ୍କୁ ସେମାନଙ୍କର ଖାଇବା ଅଭ୍ୟାସର ଯତ୍ନ ନେବାକୁ କୁହାଯାଇଛି।
ଦେଖନ୍ତୁ ଭିଡିଓ ; ଚମତ୍କାର ଅଭିନୟ କଲା ହରିଣ ,ବୋକା ପାଲଟିଗଲେ ଚିତାବାଘ, ହେଟାବାଘ, କଲା ଏମିତି..
ତୀର୍ଥଯାତ୍ରୀମାନଙ୍କୁ ହର୍ବାଲ୍ ଚା, ପନିପରିବା, କଫି, କମ୍ ଫୁଟା ଯାଇଥିବା କ୍ଷୀର, ଫଳ ରସ, ସୁପ୍ ଭଳି ପାନୀୟ ପିଇବାକୁ ଅନୁମତି ଦିଆଯାଇଛିା ପଲୋଉ, ଫ୍ରାଏ ରାଇସ୍, ଆଦି ଉପରେ ନିଷେଧାଦେଶ ଦିଆଯାଇଛି। ଯାହାଦ୍ୱାରା ଯାତ୍ରା ସମୟରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଏହା ବ୍ୟତୀତ ଯାତ୍ରୀମାନେ ଡାଲି, ରୁଟି, ଚକୋଲେଟ୍ ସହିତ ପୋହା, ଇଟିଲି ଆଦି ଖାଇପାରିବେ। କେବଳ ଏତିକି ନୁହେଁ, କ୍ଷୀରି, ଓଟସ୍, ଶୁଖିଲା ଫଳ, ମହୁ ମଧ୍ୟ ଖାଇ ପାରିବେ। ମାତ୍ର ପିଜା, ବରଗର, ପେଷ୍ଟି, ଇତ୍ୟାଦି ସମସ୍ତ ଜିନିଷ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଅଛି। ଏହି ଯାତ୍ରା ୨୯ ଜୁନ୍ ଠାରୁ ଆରମ୍ଭ ହୋଇ ଅଗଷ୍ଟରେ ଶେଷ ହେବ। ସରକାର ଖାଦ୍ୟ ସମ୍ବନ୍ଧରେ ଅନ୍ୟ କିଛି ନିର୍ଦ୍ଦେଶାବଳୀ ଜାରି କରିପାରନ୍ତି।



