www.samajalive.in
Saturday, December 6, 2025
26.1 C
Bhubaneswar

ଚମକାଇ ଦେଲେ ବିଜେଡି ବିଧାୟକ, ରାଲିରେ ସାମିଲ ହୋଇ ବିଜେପି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ଭୁବନେଶ୍ଵର: ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେ​‌ଷ ଦିନରେ ବିଜେଡିକୁ ଲାଗିଛି ଶକ୍ତ ଝଟ୍‌କା। ଗୁରୁବାର ସମସ୍ତଙ୍କୁ ଚମକାଇ ଅପ୍ରତ୍ୟାଶିତ ଢଙ୍ଗ​‌ରେ ବିଜେପିରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓରଫ୍‌ ଜିତୁ ମିତ୍ର। ଆଜି ଖୋର୍ଦ୍ଧା ଗୋଶାଳା ପଡ଼ିଆରୁ ବାହାରିଥିଲା ବିଜେପି ରାଲି। ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଓ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରାଲି କରୁଥିବା ସମୟରେ ହଠାତ୍‌ ଏଥିରେ ସାମିଲ ହୋଇ ବିଜେପି ପାଇଁ ପ୍ରଚାର କରିଥିଲେ ବିଜେଡି ବିଧାୟକ ଜିତୁ ମିତ୍ର। ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ୍‌ ନ ପାଇବାକୁ ନେଇ ଦଳ ଉପରେ ଅସନ୍ତୁଷ୍ଟ ଥିଲେ ଜିତୁ ମିତ୍ର।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories