www.samajalive.in
Monday, December 15, 2025
27.1 C
Bhubaneswar

କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ବସନ୍ତ ମୁଦୁଲି କବିତା ପୁରସ୍କାର

ବାଲେଶ୍ବର: ଦିବଙ୍ଗତ କବି ବସନ୍ତ ମୁଦୁଲିଙ୍କ ସ୍ମୃତିରେ ଗଠିତ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ତରଫରୁ ପ୍ରଦତ୍ତ କବି ବସନ୍ତ ମୁଦୁଲି କବିତା ପୁରସ୍କାର-୨୦୨୫ ପାଇଁ କବି ଅମରେନ୍ଦ୍ର ମାଧବ ଦାଶ ମନୋନୀତ ହୋଇଛନ୍ତି।

ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ଚୟନ କମିଟି ବୈଠକରେ ପ୍ରାକ୍ତନ ସଭାପତି ରଜନୀକାନ୍ତ ମହାନ୍ତି, ଆବାହକ ଅରୁଣ ଖିଲାର, କାର୍ଯ୍ୟକାରୀ ସଭାପତି ନିରାକାର ଦାସ, ଉପସଭାପତି କିଶୋର ପାଣିଗ୍ରାହୀ, ଯୁଗ୍ମ ସଂପାଦକ ଅମିତାଭ ଖିଲାର, କବିପୁତ୍ର ପାର୍ଥସାରଥି ମୁଦୁଲିଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ରାଜ୍ୟର ୪୩ ଜଣ ବରିଷ୍ଠ କବିଙ୍କଠାରୁ ଆସିଥିବା ସୁପାରିସ କ୍ରମେ କବି ଅମରେନ୍ଦ୍ର ମାଧବ ଦାଶଙ୍କ ନାମ ଚୂଡାନ୍ତ ହୋଇଥିଲା।

- Advertisement -

ସୂଚନାଯୋଗ୍ୟ, ୧୯୭୮ରେ ଜନ୍ମଗ୍ରହଣ କରିଥିବା ଅମରେନ୍ଦ୍ର ୭ଟି କବିତା ପୁସ୍ତକର ସ୍ରଷ୍ଟା। ତନ୍ମଧ୍ୟରୁ ଢେର ରାତି ହେଲାଣି, କାନ୍ଦକାନ୍ଦ ମଣିଷ, ଚିତ୍ର ଆଙ୍କୁଥିବା ପୁଅ, ଶବ୍ଦ, ଅଯୋଧ୍ୟା, କବିତା ଧାଡି ବାହାରେ ପୁସ୍ତକ ମାଧ୍ୟମରେ ସେ ବିପୁଳ ପାଠକୀୟତା ଲାଭ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ଏହି କବି ନିଜ କବିତା ପାଇଁ ଯୁବକବି ସମ୍ମାନ ଲାଭ କରିବା ସହିତ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ମଧ୍ୟ ସୁବ୍ରତ ରଥ ସମ୍ମାନ ପାଇଛନ୍ତି।

ଚଳିତ ବର୍ଷ ଭୁବନେଶ୍ବରଠାରେ ଆସନ୍ତା ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କବିଙ୍କ ସ୍ମୃତି ସମାରୋହରେ ତାଙ୍କୁ ଏହି ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସଦର ସଂପାଦକ କୃଷ୍ଣ କୁମାର ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories