www.samajalive.in
Monday, December 15, 2025
26.1 C
Bhubaneswar

ମହାନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଆଠଗଡ – ମହାନଦୀରେ ଗାଧୋଇବାକୁ ଯାଇଥିବା ଆଠଗଡ଼ ଥାନା ଅନ୍ତର୍ଗତ ମେଘା ପଞ୍ଚାୟତର କାଇପୁଡିଆ ଗ୍ରାମର ଜଣେ ଛାତ୍ର ନିଖୋଜ ହୋଇ ଯାଇଥିଲେ । କାଇପୁଡିଆ ଗ୍ରାମର ଅକ୍ଷୟ କୁମାର ଓଝାଙ୍କ ପୁଅ ଅନିଶ ଗତ ସେପ୍ଟେମ୍ବର ୩୦ ତାରିଖରେ ମହାନଦୀରେ ନିଖୋଜ ହେବା ଖବର ଜଣାପଡିବା ପରେ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ଦିନ ତମାମ ଉଦ୍ୟମ କରିଥିଲେ ମଧ୍ଯ ସନ୍ଧାନ ମିଳିନଥିଲା ।

ଅଗ୍ନିଶମ ବାହିନୀର ସ୍କୁବା ଡାଇଭର ଅନୁଜ କୁମାର ସେଠୀ ନଦୀର ଗଭୀର ଜଳରେ ବାରମ୍ବାର ବୁଡି ଖୋଜାଖୋଜି କରିଥିଲେ ମଧ୍ଯ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ପରଦିନ ସକାଳେ ପୁନର୍ବାର ଅଗ୍ନିଶମ ବାହିନୀ ଖୋଜାଖୋଜି କରି ସେ ଗାଧୋଉଥିବା ସ୍ଥାନରୁ ପ୍ରାୟ ଏକ କିଲୋମିଟର ଦୂରରେ ଭାସୁଥିବା ଅନିଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ଆଠଗଡ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories