ଅମରେନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଶ୍ରେଣୀଗୃହ ଅଭାବ,ବହୁ ସମସ୍ୟାରେ ଚାଲିଛି ପାଠପଢା

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ଅମରେନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ବହୁ ସମସ୍ୟାରେ ଚାଲିଛି ପାଠପଢା। ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଅଛନ୍ତି ୨୩୨ ଜଣ ଛାତ୍ରଛାତ୍ରୀ। ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିବା ଅମରେନ୍ଦ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ୧ମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଥିଲା। କୁସୁନ୍ଦା, ଦୁଲଣାପୁର, ନିସ୍ତୁପୁର, ଇନ୍ଦୁମତି ପାଟଣା, ଡମପଡାଗଡ, ଗୟଳବାଙ୍କ, ଘାସିପୁଟ, ପାଥପୁର, କଇଁମୁଣ୍ଡି ଓ କୁଶପଙ୍ଗି ଗ୍ରାମର ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟ ଉପରେ ଶିକ୍ଷା ଗ୍ରହଣ ପାଇଁ ନିର୍ଭର କରିଥାନ୍ତି। ପରବର୍ତ୍ତି ସମୟରେ ୨୦୧୮ ମସିହାରେ ନୂତନ ଶିକ୍ଷା ନୀତି ଅନୁସାରେ ଏଠାରେ ୮ମ ଶ୍ରେଣୀ ହେଲା। ୨୦୧୯ ମସିହା ଡିସେମ୍ବର ମାସରେ ଏହି ବିଦ୍ୟାଳୟ ସହିତ ସ୍ଥାନୀୟ ଇନ୍ଦୁମତି ବାଳିକା ବିଦ୍ୟାଳୟ ମିଶ୍ରଣ ହେବା ପରେ ବିଦ୍ୟାଳୟ ପରବର୍ଦ୍ଧିତ ରୂପରେଖ ୧ମ ରୁ ୮ମ ଶ୍ରେଣୀ ହେଲା। ମାତ୍ର ବିଡମ୍ବନାର ବିଷୟ ବିଦ୍ୟାଳୟର ପୁରୁଣା ଆଜବେଷ୍ଟ ଘର ବିପଦ ସଂକୁଳ ଘୋଷଣା ପରେ ଏଠାରେ ପଢିବା ପାଇଁ ଆବଶ୍ୟକୀୟ ଶ୍ରେଣୀଗୃହ ଅଭାବ ଦେଖା ଦେଇଛି। ଶ୍ରେଣୀ ଗୃହ ଅଭାବରୁ ୧ମ, ୨ୟ ଓ ୩ୟ ଶ୍ରେଣୀର ବିଦ୍ୟାର୍ଥିମାନେ ଗୋଟିଏ ପ୍ରକୋଷ୍ଠରେ ପାଠ ପଢୁଛନ୍ତି। ସେହିପରି ୪ର୍ଥ ଓ ୫ମ ଶ୍ରେଣୀ ଅନୁରୂପ ଭାବରେ ଅନ୍ୟ ଗୋଟିଏ କଠୋରୀରେ ପାଠପଢା। ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର ୨୦୬ ଜଣ ବିଦ୍ୟାର୍ଥି ପୃଥକ ପୃଥକ ପ୍ରକୋଷ୍ଠରେ ପାଠପଢୁଛନ୍ତି। ପାଠପଢିବା ପାଇଁ ୨୩୨ ଜଣ ବିଦ୍ୟାର୍ଥିଙ୍କୁ ୮ବଖରା ଘରର ଆବଶ୍ୟକତା ଥିବା ସମୟରେ ଏବେ ୫ଟି ପ୍ରକୋଷ୍ଠରେ ୮ଟି ଶ୍ରେଣୀର ପାଠପଢା ଚାଲିଛି।

prayash

ବିଦ୍ୟାଳୟର ବିକାଶ କହିଲେ ତାଳବସ୍ତ କ୍ଲଷ୍ଟର ଅଧିନ ରୁର୍ବାନ ମିଶନ ଆର୍ଥିକ ସହାୟତାରେ ବିଦ୍ୟାଳୟର ଶ୍ରେଣୀଗୃହ ସୈାନ୍ଦର୍ଯ୍ୟକରଣ ଏବଂ ବିଦ୍ୟାଳୟ ପ୍ରାଚୀର ନିର୍ମାଣ କରାଯାଇଛି। ବିଦ୍ୟାଳୟ ପରିସର ସ୍ଥିତ ଖେଳପଡିଆ ଲଟାଝଟା ଆବର୍ଜନାରେ ପରିପୂର୍ଣ୍ଣ। ବଣ ଜଙ୍ଗଲ ହେତୁ ସରୀସୃପ ଜାତରେ ପ୍ରାଣୀଙ୍କର ଯାତାୟତ ବିପଦ ସଂକୁଳ ପରିସ୍ଥିତିରେ ପାଠପଢା ଚାଲିଛି। ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ସାଇକେଲ ଧରି ବିଦ୍ୟାଳୟକୁ ଆସୁଛନ୍ତି। ସାଇକେଲ ଷ୍ଟାଣ୍ଡଟିଏ ନଥିବାରୁ ଖରାବର୍ଷାରେ ସାଇକେଲ ବାହାରେ ପଡୁଛି। ସେହିପରି ପାନୀୟଜଳ ପାଇଁ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ନଳକୂଅଟି ସମ୍ପୂର୍ଣ୍ଣ ଅନୁପଯୁକ୍ତ। ନଳକୂଅର ପାଣି ଲୁହାଳିଆ ଏବଂ ନାଲି ପଡିଯିବାରୁ ପିଇବା ଏବଂ ମଧ୍ୟାହ୍ନ ଭୋଜନ ରୋଷେଇରେ ବ୍ୟବହାର କରିବା ସମ୍ଭବ ହେଉନାହିଁ। ଏଣୁ ବହୁ ସମସ୍ୟା ଘେରରେ ରହିଥିବା ବିଦ୍ୟାଳୟ ପ୍ରତି ପ୍ରଶାସନିକ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ପଡୁ ଏବଂ ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

kalyan agarbati

Comments are closed.