ପୂର୍ବଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ଜଣଙ୍କ ନାଁରେ ମାମଲା ରୁଜୁ

ଅମର୍ଦ୍ଦାରୋଡ଼: ରୂପସା ଥାନା ଅନ୍ତର୍ଗତ ବାରାପାଳ ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଉପରକୁ ଅନ୍ୟ ଏକ ଗୋଷ୍ଠୀ ମରଣାନ୍ତକ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ୩ଜଣ ଲହୁଲୁହାଣ ହୋଇଥିବା ନେଇ ଥିନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଗତ ବୁଧବାର ରାତି ପ୍ରାୟ ସାଢେ ୯ଟା ସମୟରେ ଗ୍ରାମର ଚନ୍ଦନ ବାଡ଼ି, ଜଗବନ୍ଧୁ ବାଡ଼ି ଓ କୁଶ ଜେନା ଆଦି ୩ ଯୁବକ ସ୍ଥାନୀୟ ଗଡ଼ପଦା ପଞ୍ଚାୟତ କାର୍ଯ୍ୟାଳୟ ଛକକୁ ଯାଇଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ସେଠାରେ ପହଞ୍ଚି ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କ ଉପରକୁ ଆକ୍ରମଣ କରିବା ସହ ଜାତି(କୁରୁଙ୍ଗା) ଉଠାଇ ଗାଲିଗୁଲଜ କରିଥିଲେ। ଚିତ୍କାର ଶୁଣି ଲୋକେ ଧାଇଁ ଆସିବାରୁ ଯୁବକ ମାନେ ସେଠାରୁ ଚମ୍ପଟ୍ ମାରିଥିଲେ।ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୩ଯୁବକଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ଚନ୍ଦନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଘଟଣା ସମ୍ପର୍କରେ ଚନ୍ଦନଙ୍କ ମା ହୀରାମଣି ରୂପସା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏ ସଂକ୍ରାନ୍ତରେ ୭୯/୨୪ ମୂଳେ ୭ଜଣ ଆକ୍ରମଣକାରୀଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।ତଦନ୍ତକାରୀ ପୁଲିସ ଅଧିକାରୀ ଏସ ଡ଼ି ପି ଓ ଅରୁଣ କୁମାର ସାହୁ ଏବଂ ରୂପସା ଥାନା ଓଆଇସି ସଚ୍ଚିଦାନନ୍ଦ ଗିରି ଶନିବାର ଅପରାହ୍ଣରେ ଘଟଣା ସ୍ଥଳରେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ବୟାନ ସଂଗ୍ରହ କରିଥିଲେ।

Comments are closed.