www.samajalive.in
Saturday, December 6, 2025
16.1 C
Bhubaneswar

ସାରଙ୍ଗଧରଙ୍କ ଆମର କଥା ପୁସ୍ତକ ଉନ୍ମୋଚିତ 

କେଶଦୁରାପାଳ: ସାହିତ୍ୟ ପାଠକମାନଙ୍କୁ ଆମୋଦିତ କରିବା ସହିତ ଆଜିର ଯୁବପିଢିଙ୍କୁ ଦିଗଦର୍ଶନ ଦେବ ଓ ଭାରତୀୟ ସଂସ୍କୃତି ରକ୍ଷା ହୋଇପାରିବ ବୋଲି କବି ସାରଙ୍ଗଧର ନାୟକଙ୍କ ଆମର କଥା ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତ ପୋଷଣ କରିଛନ୍ତି । ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵବିଦ୍ୟାଳୟ ଓ ପାଠଶାଳା ଆନୁକୁଲ୍ୟରେ ଘସିପୁରା ବ୍ଳକ ଚଣ୍ଡଳୀଠାରେ ଅନୁଷ୍ଠିତ ଏହି ସୁପ୍ତକ ଉନ୍ମୋଚନ ଉତ୍ସବରେ ପ୍ରତିଭା ପ୍ରଣାମ ମଞ୍ଚର ଆବାହକ ରତ୍ନାକର ଦାସ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଦ୍ରକର ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ମଞ୍ଜୁ ଦିଦି ଓ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତପଣ୍ଡିତ ଦାୟାନିଧି ଶତପଥିଦାଶ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅସୀମା ମିଶ୍ର, ଅବସର ଶିକ୍ଷାଧିକାରୀ ଶରତ ଚନ୍ଦ୍ର ରାଉତ, କବିସୋମନାଥ ମାଝୀ ପ୍ରମୁଖ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଅବସରରେ ପ୍ରାରମ୍ଭରେ ପରୀରାଣୀ ଆବହନୀ ସଂଗୀତ ଗାନ କରିବା ସହିତ ସ୍ଵାଗତ ସଂଗୀତ ଗାନ କରି ଅତିଥିମାନଙ୍କୁ ସ୍ଵାଗତ କରିଥିଲେ । ବ୍ରହ୍ମକୁମାର ସୌଭାଗ୍ୟ ଭାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କବିସୋମନାଥ ମାଝୀ ଉନ୍ମୋଚିତ ପୁସ୍ତକର ସମିକ୍ଷା କରିଥିଲେ । ସୌଭାଗ୍ୟ ଭାଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ସୁରେଶ ମହାରଣା, ଆନନ୍ଦପୁର ଉପଖଣ୍ଡର ଅନେକ କବି ବୋଇଦେଇ ଲେଖକ ବିଦ୍ବାନ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories