‘ମନ୍‌ କି ବାତ୍‌’: ପୁରୀ ରଥଯାତ୍ରା ବିଷୟରେ ଏପରି କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଆମ ଦେଶରେ ସମୟ ସମୟରେ ଅଲଗା ଅଲଗା ଦେବଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଦେବଯାତ୍ରା ଅର୍ଥାତ୍ ଯେଉଁଥିରେ କେବଳ ଭକ୍ତ ନୁହଁନ୍ତି, ଭଗବାନ ମଧ୍ୟ ଯାତ୍ରାରେ ବାହାରନ୍ତି । ଏବେ ଜୁଲାଇ ୧ ତାରିଖରେ ଭଗବାନ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ ପୁରୀର ଏହି ଯାତ୍ରା ସହିତ ପ୍ରତ୍ୟେକ ଦେଶବାସୀ ପରିଚିତ । ଏହି ଅବସରରେ ପୁରୀ ଯିବାର ସୌଭାଗ୍ୟ ପାଇବା ପାଇଁ ପ୍ରତ୍ୟେକ ଲୋକ ଚେଷ୍ଟା କରିଥାନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ଖୁବ୍ ଧୁମଧାମରେ ହୋଇଥାଏ । ଭଗବାନ ଜଗନ୍ନାଥଙ୍କ ଯାତ୍ରା ଆଷାଢ଼ ମାସ ଦ୍ୱିତୀୟାରୁ ଆରମ୍ଭ ହୁଏ । ଆମର ଗ୍ରନ୍ଥରେ ‘ଆଷାଢ଼ସ୍ୟ ଦ୍ୱିତୀୟ ଦିବସେ… ରଥଯାତ୍ରା’, ସଂସ୍କୃତ ଶ୍ଳୋକରେ ଏହିପରି ବର୍ଣ୍ଣନା ମିଳେ । ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ପ୍ରତିବର୍ଷ ଆଷାଢ଼ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ମୁଁ ଗୁଜରାଟରେ ଥିଲି, ତ ମୋତେ ପ୍ରତିବର୍ଷ ଏହି ଯାତ୍ରାରେ ସେବା କରିବାର ସୌଭାଗ୍ୟ ମିଳୁଥିଲା ।

ଅହମଦାବାଦ ହେଉ ବା ପୁରୀ, ଭଗବାନ ଜଗନ୍ନାଥ ନିଜର ଏହି ଯାତ୍ରା ଜରିଆରେ ଆମକୁ ଅନେକ ଗଭୀର ମାନବୀୟ ସନ୍ଦେଶ ମଧ୍ୟ ଦିଅନ୍ତି । ପ୍ରଭୁ ଜଗନ୍ନାଥ ଜଗତର ସ୍ୱାମୀ, କିନ୍ତୁ ତାଙ୍କର ଯାତ୍ରାରେ ଗରିବ, ବଞ୍ଚିତଙ୍କ ବିଶେଷ ଅଂଶଗ୍ରହଣ ହୋଇଥାଏ । ଭଗବାନ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଚାଲିଥାନ୍ତି । ଏପରି ଆମ ଦେଶରେ ଯେତେ ଯାତ୍ରା ହୁଏ, ସବୁଠି ଧନୀଗରିବ, ଉଚ୍ଚନୀଚ ଏପରି କୌଣସି ଭେଦଭାବ ଦୃଷ୍ଟିକୁ ଆସେ ନାହିଁ । ସମସ୍ତ ଭେଦଭାବରୁ ଊର୍ଦ୍ଧ୍ଵକୁ ଉଠି, ଯାତ୍ରା ହିଁ ସର୍ବୋପରି ହୋଇଥାଏ

Comments are closed.