www.samajalive.in
Saturday, December 6, 2025
16.1 C
Bhubaneswar

ଇମ୍ରାନ ଖାନଙ୍କ ହତ୍ୟା ଷଡ଼ଯନ୍ତ୍ର ? ଶୋଇବା ଘରେ କ୍ୟାମେରା ଲଗାଉଥିବା ବେଳେ ଧରାପଡ଼ିଲେ କର୍ମଚାରୀ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ଷଡଯନ୍ତ୍ରର ଗୁଜବ ମଧ୍ୟରେ ଜଣେ କର୍ମଚାରୀ ଇସଲାମାବାଦର ବେନିଗାଲା ଅଞ୍ଚଳ ସ୍ଥିତ ତାଙ୍କ ଘରର ଶୋଇବା ଘରେ ଗୁପ୍ତଚର କ୍ୟାମେରା ଲଗାଇ ଧରାପଡିଛନ୍ତି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ଏହି କର୍ମଚାରୀଙ୍କୁ ଇମ୍ରାନ ଏବଂ ବୁଶ୍ରାଙ୍କ ଶୋଇବା ଘରେ ଗୁପ୍ତଚର କ୍ୟାମେରା ଲଗାଇବା ପାଇଁ ଟଙ୍କା ଦିଆଯାଇଥିଲା। ଅନ୍ୟ ଜଣେ କର୍ମଚାରୀ ତାଙ୍କୁ କ୍ୟାମେରା ଲଗାଉଥିବାର ଦେଖି ଇମ୍ରାନ ଖାନଙ୍କୁ ଖବର ଦେଇଥିଲେ। ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ଯବାନମାନେ ତାଙ୍କୁ ଧରିଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ବେନିଗାଲା ଚାରିପାଖରେ ସୁରକ୍ଷାକୁ କଡାକଡି କରାଯାଇଥିଲା। ଇମ୍ରାନଙ୍କ ଦଳ ପିଟିଆଇର ଅନେକ ଲୋକ ସନ୍ଦେହ କରୁଛନ୍ତି ଯେ ସେମାନଙ୍କ ନେତାଙ୍କ ଜୀବନ ବିପଦରେ ଅଛି। ପିଟିଆଇ ନେତା ଶହବାଜ ଗିଲ୍ କହିଛନ୍ତି ଯେ, କ୍ୟାମେରା ଲଗାଇବା ଉଦ୍ୟମ ବିଷୟରେ ଆମେ ସମସ୍ତ ସୁରକ୍ଷା ଏଜେନ୍ସିକୁ ସୂଚନା ଦେଇଛୁ। ଏହି ଷଡଯନ୍ତ୍ରରେ ଶହବାଜ ସରକାର ମଧ୍ୟ ସମ୍ପୃକ୍ତ ବୋଲି ସେ ଅଭିଯୋଗ କରିଛନ୍ତି।

- Advertisement -

ଏକ ସାକ୍ଷାତକାରରେ ଗିଲ ଦାବି କରିଛନ୍ତି ଯେ, ଇମ୍ରାନ ଖାନଙ୍କ ଘର ସଫା କରୁଥିବା ଜଣେ କର୍ମଚାରୀଙ୍କୁ ଗୁପ୍ତଚର କ୍ୟାମେରା ଲଗାଇବା ପାଇଁ ଟଙ୍କା ଦିଆଯାଇଥିଲା। ଏହା ଅତ୍ୟନ୍ତ ଘୃଣ୍ୟ ଏବଂ ଦୁର୍ଭାଗ୍ୟଜନକ। ଗିଲ୍ କହିଛନ୍ତି ଯେ, ଗିରଫ ହୋଇଥିବା କର୍ମଚାରୀ ଅନେକ କଥା ପ୍ରକାଶ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେସବୁ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି ଗିଲ୍।

 

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories