ଅମରତ୍ୱର ‘ଶାପ’

0

ବଳାଧି ରୁଷିଙ୍କ ନବଜାତ ପୁତ୍ରର ଆକସ୍ମିକ ମୃତ୍ୟୁ ହୋଇଗଲା। ଏହି ଦୁଃଖଦ ଘଟଣାରେ ରୁଷି ଅତ୍ୟନ୍ତ ବିଚଳିତ ହୋଇପଡ଼ିଲେ। ଏକମାତ୍ର ପୁତ୍ରକୁ ହରାଇ ଭାଙ୍ଗିପଡ଼ିଲେ ରୁଷି। ପୁନଃ ପୁତ୍ର ପ୍ରାପ୍ତି ନିମନ୍ତେ ଦେବରାଜ ଇନ୍ଦ୍ରଙ୍କୁ ଉପାସନା କରିବାକୁ ନିଶ୍ଚୟ କଲେ। ତଦନୁଯାୟୀ କଠୋର ତପସ୍ୟା ଆରମ୍ଭ କଲେ। ଇନ୍ଦ୍ର ପ୍ରସନ୍ନ ହୋଇ ଋଷିଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ବର ଯାଚଜ୍ଞା କଲେ। ବଳାଧି ବର ପ୍ରାର୍ଥନା କଲେ ‘ଦେବରାଜ’! ମୋତେ ଏଭଳି ଏକ ପୁଅ ଦିଅନ୍ତୁ ଯାହାର ମୃତ୍ୟୁ ହେବନାହିଁ।’
ଦେବରାଜ ଇନ୍ଦ୍ର ଋଷିଙ୍କ ଉଦ୍ଦେଶ୍ୟରେ କହିଲେ- ‘ଋଷିବର! ମନୁ​‌ଷ୍ୟ ଦେହ ଧରି ଅମର ବର କାମନା କରିବା ଅସମ୍ଭବ। ଜୀବମାତ୍ରେ ମୃତ୍ୟୁ ଅବଶ୍ୟମ୍ଭାବୀ। ଏଭଳି ବର ମୁଁ ଦେଇପାରିବିନି। ଅନ୍ୟ କିଛି ବର ମାଗିପାର।’
କିଛିକ୍ଷଣ ଚିନ୍ତା କରି ଋଷି କହିଲେ- ‘ତେବେ ମୋତେ ଏଭଳି ପୁଅ ଦିଅନ୍ତୁ, ଯିଏ ସମ୍ମୁଖରେ ଥିବା ପର୍ବତ ଯେ ପର୍ଯ୍ୟନ୍ତ ଅଟଳ, ଅଚଳ ରହିଥିବ, ସେ ପର୍ଯ୍ୟନ୍ତ ଜୀବିତ ରହିଥିବ।’ ଇନ୍ଦ୍ରଦେବ ତଥାସ୍ତୁ କରି ଅନ୍ତର୍ହିତ ହୋଇଗଲେ।
କାଳାନ୍ତରରେ ଋଷି ପୁତ୍ରର ଜନକ ହେଲେ। ପୁଅର ନାମ ରଖିଲେ ମେଘାବୀ। ମେଘାବୀ ବୟଃପ୍ରାପ୍ତ ହେବାରୁ ଯେତେବେଳେ ଜାଣିପାରିଲା ଯେ ତା’ର ମୃତ୍ୟୁ ସହଜରେ ହେବନାହିଁ କି ତାକୁ କେହି ମାରିପାରିବେ ନାହିଁ ସେତେବେଳେ ସେ ଅହଂକାରୀ ହୋଇ ଉଠିଲା। ଫଳସ୍ବରୂପ ତା’ର ବ୍ୟବହାରରେ ଉଦ୍ଦଣ୍ଡ ଭାବ ପରିଲକ୍ଷିତ ହେଲା। ତା’ର କଦର୍ଯ୍ୟ ବ୍ୟବହାରରେ ଲୋକେ ତ୍ରସ୍ତ ହୋଇ ବଳାଧି ଋଷିଙ୍କ ନିକଟରେ ଫେରାଦ ହେଲେ। କଠୋର ତପଃ ଫଳରେ ପାଇଥିବା ପୁଅକୁ ବାଟକୁ ଆଣିବା ପାଇଁ ଋଷି ବହୁ ଚେଷ୍ଟା କଲେ। ବୁଝାଇ ଥିଲେ- ‘ବାବୁରେ! ଅହଂକାର ଓ ଔଦ୍ଧତ୍ୟ ମନୁଷ୍ୟର ପତନ ଓ ସର୍ବନାଶର କାରଣ। ଦେବକୃପାରୁ ମୁଁ ତୋତେ ପାଇଛି। ତେଣୁ ତୁ ଅହଂକାରୀ ହେବା ଉଚିତ ନୁହେଁ।’
ବିନାଶକାଳେ ବିପରୀତ ବୁଦ୍ଧି ପରି ମେଘାବୀକୁ ପିତାଙ୍କର ସତ୍‌ ଉପଦେଶ ଅରୁଚିକର ବୋଧ ହୋଇଥିଲା। ପିତାଙ୍କୁ ନାନା ପ୍ରକାର ଅପଶବ୍ଦ କହି ସେଠାରୁ ଚାଲିଯାଇଥିଲା। ଉଗ୍ର ମାନସିକତା, ଉଦ୍ଦଣ୍ଡ ଭାବନେଇ ପଥ ମଧ୍ୟରେ ଯାଉଥିଲାବେଳେ ମାର୍ଗରେ ଧନୁଷ୍ପାକ୍ଷ ଋଷି ଭେଟ ହୋଇଗଲେ। ତାଙ୍କୁ ମଧ୍ୟ ଉଦ୍ଦଣ୍ଡତାବଶତଃ ଦୁର୍ବ୍ୟବହାର କରିବାରୁ ଋଷି କ୍ଷୁବ୍ଧ ହୋଇ ତତ୍କାଳ ମୃତ୍ୟୁର ଶାପ ଦେଲେ। ତେବେ ବର କାରଣରୁ ମେଘାବୀର ମୃତ୍ୟୁ ହୋଇ ନଥିଲା। ଶାପ କାର୍ଯ୍ୟକାରୀ ନ ହେବା ଦେଖି ଋଷି ଅତି ଆଶ୍ଚର୍ଯ୍ୟ ହୋଇଗଲେ। ଅଭିଶାପ କାହିଁକି ବିଫଳ ହେଲା ଏହାର କାରଣ ଜାଣିବାକୁ ଧ୍ୟାନ କରିବାରୁ ଜାଣିପାରିଥିଲେ ଏହା ପଛର ରହସ୍ୟ। ସିଦ୍ଧତପା ତଥା ପ୍ରଚଣ୍ଡ ଦୈବୀଶକ୍ତିର ଅଧିକାରୀ ଋଷି ଏକ ମତ୍ତ ହସ୍ତୀର ରୂପଧାରଣ କରି ପାହାଡ଼କୁ ଧ୍ବସ୍ତ କରିଦେଲେ। ପାହାଡ଼ ଧ୍ବସ୍ତ ହେବା ମୁହୂର୍ତ୍ତରେ ହିଁ ମେଘାବୀର ତତ୍କାଳ ମୃତ୍ୟୁ ହୋଇଥିଲା।
ଋଷି ବଳାଧି ଯେତେବେଳେ ଏହି ଦୁଃଖଦ ସମାଚାର ଜାଣିଲେ ମ୍ରିୟମାଣ ​‌େ​‌ହଲେ ସତ, ହେଲେ ଅନୁଭବସିଦ୍ଧ ସତ୍ୟ ପ୍ରକାଶ କରି କହିଥିଲେ- ‘ଅଜର, ଅମର ପୁତ୍ର ପ୍ରାପ୍ତି ଅପେକ୍ଷା ଯଦି ମୁଁ ସଦାଚାରୀ ପୁତ୍ର କାମନା କରିଥାନ୍ତି ତା’ହେଲେ ଅଧିକ ସନ୍ତୋଷ ପାଇପାରିଥାନ୍ତି।’

kalyan agarbati
Leave A Reply