୧ ମିନିଟ୍‍ରେ ୫୧ଥର କିପ୍‍-ଅପ୍‍ ବିଶ୍ୱ ରେକର୍ଡ ଭାଙ୍ଗିଲେ ଓଡ଼ିଆ ପୁଅ ଅମନ

0

ଭୁବନେଶ୍ୱର: ୨୦୧୭ ଜୁନ୍‌ ୨୦ରେ ହାଇଟେକ୍‌ ମେଡିକାଲ କଲେଜର ଛାତ୍ର ଡ.ସତ୍ୟପୀର ପ୍ରଧାନ ୧ ମିନିଟରେ ୩୯୩ ଥର ମୁଥ ମାରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିବା ବେଳେ ପୁଣି ସେହି ହାଇଟେକ ମେଡିକାଲ କଲେଜ ପରିସରରେ ଏକ କାର୍ଯ୍ୟକ୍ରମରେ ଅମନ ଛତ୍ରିଆ ନାମକ ଜଣେ ଛାତ୍ର ୧ ମିନିଟ୍‍ରେ ୫୧ଥର କିପ୍‍-ଅପ୍‍ (ବ୍ରେକ୍‍ ଡ୍ୟାନ୍ସ) କରି ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ପାକିସ୍ତାନର ଫାରାନା ଆୟୁବ ୧ ମିନିଟ୍‍ରେ ୪୧ଥର କିପ୍‍-ଅପ୍‍ (ବ୍ରେକ୍‍ ଡ୍ୟାନ୍ସ) କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲେ। ତେବେ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସାଗରପଡ଼ା ଗ୍ରାମର ରାଜୁ ଛତ୍ରିଆ ଏବଂ ମାଧୁରୀ ଛତ୍ରିଆଙ୍କ ପୁଅ ଅମନ ଛତ୍ରିଆ ଏବେ ଏହି ରେକର୍ଡକୁ ଭାଙ୍ଗି ଇତିହାସ ରଚିଛନ୍ତି।

Leave A Reply