www.samajalive.in
Monday, December 15, 2025
17.1 C
Bhubaneswar

ରାଜସ୍ୱ ଅମଲାଙ୍କ ଆନ୍ଦୋଳନ ପ୍ରତ୍ୟାହୃତ: ଶୁକ୍ରବାର କାର୍ଯ୍ୟରେ ଯୋଗଦେବେ

ଭୁବନେଶ୍ୱର  :-ଦୀର୍ଘ ୨୪ ଦିନ ଧରି ଦାବି ହାସଲ ପାଇଁ ସମୂହ ଛୁଟିରେ ରହି ଆନ୍ଦୋଳନ ଚଳାଇଥିବା ଓଡ଼ିଶା ରାଜସ୍ୱ ଅମଲା ସଂଘ ଆଜି ଆନ୍ଦୋଳନ ପ୍ରତ୍ୟାହାର କରିଛି। ସରକାରଙ୍କ ସହ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ସଂକ୍ରାନ୍ତ ଲିଖିତ ପ୍ରତିଶ୍ରୁତି ଉପରେ ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇଥିଲା। ପରିଷଦ ନିଷ୍ପତ୍ତିକ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସଂଘର ସାଧାରଣ ସମ୍ପାଦକ ନରେଶଚନ୍ଦ୍ର ମହାପାତ୍ର କହିଛନ୍ତି। ସମୂହ ଛୁଟିରେ ଥିବା ଜିଲାସ୍ତରରେ କାର୍ଯ୍ୟରତ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଅମଲା ଶୁକ୍ରବାର ଠାରୁ କାର୍ଯ୍ୟରେ ଯୋଗଦେବେ ବୋଲି ସେ ପ୍ରକାଶ କରିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ସରକାର ଓଡ଼ିଶା ରାଜସ୍ୱ ଅମଲା ସଂଘର କେତେକ ଦାବି ପୂରଣ କରିଛନ୍ତି। କନିଷ୍ଠ କିରାଣି ନାମ ପରିବର୍ତ୍ତନ କରି କନିଷ୍ଠ ରାଜସ୍ୱ ସହାୟକ, ବରିଷ୍ଠ କିରାଣି ବଦଳରେ ବରିଷ୍ଠ ରାଜସ୍ୱ ସହାୟକ ହେଡ୍‌ କ୍ଲର୍କ ନାମ ପରିବର୍ତ୍ତନ କରି ସେକ୍ସନ ଅଫିସର ଏବଂ ଅଫିସ ସୁପରିଟେଣ୍ଡେଣ୍ଟ ବଦଳରେ ଏଷ୍ଟାବ୍ଲିସମେଣ୍ଟ ଅଫିସର ନାମ ପ୍ରଚଳନ କରିବେ। ନୂତନ ଭାବେ ଆବଶ୍ୟକ ପଡୁଥିବା ଏଷ୍ଟାବ୍ଲିସମେଣ୍ଟ ପଦ ସୃଷ୍ଟି କରାଯିବା ସହ ପଦୋନ୍ନତି ଭିତ୍ତିରେ ମଧ୍ୟ କେତେକ ପଦ ପୂରଣ କରାଯିବ। ଓଡ଼ିଶା ରାଜସ୍ୱ ସେବାକୁ ପଦୋନ୍ନତି ପାଇଁ ଉଦ୍ଦିଷ୍ଟ ପଦବୀରୁ ୧୦ ପ୍ରତିଶତ ରାଜସ୍ୱ ଅମଲାଙ୍କ ପାଇଁ ରହିବା ନେଇ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାଙ୍କ ସ୍ୱତନ୍ତ୍ର କ୍ୟାଡର ଦାବି ସରକାରଙ୍କ ବିଚାରାଧୀନ ଥିବା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତିରୁ ଜଣାଯାଇଛି।
ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅମଲା ସଂଘର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ସରକାରଙ୍କ ସହ ଆଲୋଚନା ଓ ବୈଠକର ଲିଖିତ ବିବରଣୀ ପାଇବା ପରେ ସଂଘ ଆନ୍ଦୋଳନରୁ ଓହରିଛି। ସୂଚନାଯୋଗ୍ୟ ଯେ ରାଜସ୍ୱ ଅମଲାଙ୍କ ମାନେ ଦାବି ପୂରଣ ନେଇ ସମୂହ ଛୁଟିରେ ରହିବା ଫଳରେ ତହସିଲ, ବ୍ଲକ, ଉପ ଜିଲାପାଳ ଓ ଜିଲାପାଳମାନଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ଜିଲାସ୍ତରୀୟ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ରାଜସ୍ୱ ମାମଲାଗୁଡ଼ିକ ପଡ଼ିରହିଛି। ଲୋକଙ୍କୁ ଆୟ, ଜାତିଗତ, ଆବାସିକ ଏବଂ ବିବିଧ ପ୍ରମାଣପତ୍ର ଆଦି ମିଳିପାରୁନାହିଁ। ଦୀର୍ଘଦିନ ଧରି ରାଜ୍ୟବ୍ୟାପୀ ଅଚଳାବସ୍ଥା ଲାଗି ରହିଥିଲା। ଶୁକ୍ରବାର ଠାରୁ କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories