www.samajalive.in
Saturday, December 6, 2025
15.1 C
Bhubaneswar

‘ଆମ ଗାଁ ଆମ ବିକାଶ’; ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୩କୋଟି ଟଙ୍କାର ୮୭ଟି ପ୍ରକଳ୍ପ ମଞ୍ଜୁର

ଖୁଣ୍ଟା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପବନ୍ଧୁ ନଗର ବ୍ଲକ ପାଇଁ ୩ କୋଟି ଟଙ୍କାର ୮୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରକଳ୍ପ ଗୁଡିକ ମଧ୍ୟରେ ବ୍ଲକର ୧୩ଟି ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ କେନ୍ଦ୍ର,  ମିଶନ ଶକ୍ତି ଗୃହ, ବୟସ୍କଙ୍କ ପାଇଁ ଚିତ୍ତ ବିନୋଦନ କେନ୍ଦ୍ର ଗୁଡିକ ରହିଛି । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଭିଡ଼ିଓ କନଫେରେନ୍ସ ଜରିଆରେ ସିଧାସଳଖ ଲୋକଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ମୟୁରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ଉଦଳା ବିଧାୟକ ଗୋଲକ ବିହାରୀ ନାଏକ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ତୁଷାରକାନ୍ତି ମହାନ୍ତି, କପ୍ତିପଦା ଉପ ଜିଲ୍ଲାପାଳ ଭଗବାନ ବେହେରା, ଗୋପବନ୍ଧୁ ନଗର ବିଡ଼ିଓ ମନୋଜ କୁମାର ବେହେରା, ଖୁଣ୍ଟା ବିଡ଼ିଓ ଦେବଦତ୍ତ ପଣ୍ଡା, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ବ୍ଲକ ଉପାଧ୍ୟକ, ସରପଞ୍ଚ, ସମିଟିସଭ୍ୟ ମାନେ ଉପସ୍ଥିତ ଥିଲେ । ଟିଟିଆ ସରପଞ୍ଚ ସରସ୍ବତୀ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories