www.samajalive.in
Saturday, December 6, 2025
17.1 C
Bhubaneswar

ବିଶ୍ୱସ୍ତରୀୟ ବୈଜ୍ଞାନିକ ତାଲିକାରେ ଓଡ଼ିଆ ପୁଅ

ନୂଆଦିଲ୍ଳୀ/ଭୁବନେଶ୍ୱର: ବିଜ୍ଞାନ ଓ ବୈଷୟିକ ଜ୍ଞାନକ୍ଷେତ୍ରରେ ବିଶ୍ୱସ୍ତରୀୟ ଅବଦାନ ପାଇଁ ପ୍ରସ୍ତୁତ ତାଲିକାରେ ଭୁବନେଶ୍ୱର ଲାଇଫ୍‍ ସାଇନ୍ସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ସଞ୍ଜିବ ସାହୁ ସ୍ଥାନ ପାଇଛନ୍ତି। ପ୍ରତିବର୍ଷ କ୍ଲାରିଭେଟ୍‍ ଆନାଲିଟିକ୍‍ସ ପକ୍ଷରୁ ଏହି ତାଲିକା କରାଯାଉଛି। ଚଳିତ ବର୍ଷ ଏହି ତାଲିକାରେ ଭାରତର ମାତ୍ର ୧୦ ଜଣ ବୈଜ୍ଞାନିକ ସ୍ଥାନ ପାଇଥିବା ବେଳେ ସଞ୍ଜିବ ଏକମାତ୍ର ଓଡ଼ିଆ ଭାବେ ଏହି ଗୌରବ ହାସଲ କରିଛନ୍ତି।
ବିଶ୍ୱସ୍ତରରୁ ୪ ହଜାର ବୈଜ୍ଞାନିକଙ୍କ ନାମକୁ ନେଇ ପ୍ରସ୍ତୁତ ତାଲିକାରେ ଆମେରିକାର ସର୍ବାଧିକ ୨,୬୩୯ ବୈଜ୍ଞାନିକଙ୍କ ନାମ ରହିଥବା ୫୪୬ ବୈଜ୍ଞାନିକଙ୍କ ନାମ ସହିତ ୟୁକେ ଦ୍ୱିତୀୟ ଓ ୪୮୨ ବୈଜ୍ଞାନିକଙ୍କ ନାମ ସହିତ ଚୀନ୍‍ ତୃତୀୟ ସ୍ଥାନରେ ରହିଛନ୍ତି। ୧୫ ବର୍ଷ ପୂର୍ବେ ଭାରତର ଓ ଚୀନ୍‍ ସମାନ ସ୍ଥାନରେ ଥିବା ବେଳେ ଇତିମଧ୍ୟରେ ଚୀନ୍‍ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରଦର୍ଶନ କରି ତାଲିକାର ତୃତୀୟ ସ୍ଥାନକୁ ଉଠିପାରିଛି। ବିଶ୍ୱ ବୈଜ୍ଞାନିକ କ୍ଷେତ୍ରକୁ ଚୀନର ଅବଦାନ ୧୫% ଥିବା ବେଳେ ଭାରତର ଅବଦାନ ରହିଛି ମାତ୍ର ୩%। ତାଲିକାରେ ଥିବା ଅନ୍ୟ ଭାରତୀୟ ବୈଜ୍ଞାନିକମାନେ ହେଲେ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରିଷଦ ଉପଦେଷ୍ଟା ପରିଷଦର ପୂର୍ବତନ ଅଧ୍ୟକ୍ଷ ସି ଏନ ଆର ରାଓ, ଦୀନେଶ ମୋହନ(ଜେଏନ୍‍ୟୁ) ଅଶୋକ ପାଣ୍ଡେ(ସିଏସ୍‍ଆଇଆରର), ପ୍ରଫେସର ଅଭିନାଶ ଅଗ୍ରୱାଲ୍‍(ଆଇଆଇଟି କାନପୁର), ଆଲୋକ ମିତ୍ତଲ ଓ ଜ୍ୟୋତି ମିତ୍ତଲ, ରଜନୀଶ କୁମାର(ନିଟ୍‍, ଭୋପାଳ), ରାଜୀବ ବର୍ଷାସେ(ହାଇଦ୍ରାବାଦ୍‍ର ଆଇସିଆରଆଇଏସ୍‍ଏଟି), ଶକ୍ତିଭେଲ୍‍ ରାଥିନାସ୍ୱାମୀ(ଭାରଥିଆର ବିଶ୍ୱବିଦ୍ୟାଳୟ, କୋଏମ୍ବାଟୁର)।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories