www.samajalive.in
Sunday, December 7, 2025
26.1 C
Bhubaneswar

ଭୁତାତ୍ତ୍ବିକ କ୍ଷେତ୍ର ଭ୍ରମଣର ମହତ୍ତ୍ୱ ଏବଂ ତଥ୍ୟର ସଠିକ ବିଶ୍ଳେଷଣର ଉପରେ ଗୁରୁତ୍ବ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଭୁତତ୍ତ୍ବ ବିଭାଗ ପୂର୍ବତନ ଛାତ୍ର ସଂଘର ବୈଠକ ତଥା ନୂଆ କରି ପ୍ରଵେଶ କରିଥିବା ୨୦୨୧-୨୨ ଶିକ୍ଷା ବର୍ଷର ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭୂତତ୍ତ୍ବ ବିଭାଗର ପୂର୍ବତନ ଛାତ୍ର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଜେନା ବିଶ୍ବବିଦ୍ୟାଳୟରେ ଭୂତତ୍ତ୍ବ ବିଭାଗର ଛାତ୍ର ଥିବା ସମୟ ରେ ବିଭିନ୍ନ ସ୍ମୃତିକୁ ମନେ ପକାଇଥିଲେ। ସେହି ସମୟରେ ବିଭାଗର ଶୈଖିକ ପରିବେଶ, ସେମିନାର ଲାଇବ୍ରେରୀର ଉପଯୋଗୀତା କିପରି ତାଙ୍କ ଜୀବନର ଗତିପଥ ବଦଳଇଥିଲା ତାହା ମନେପକାଇଥିଲେ।
ସମ୍ମାନିତ ଅତିଥି ପୂର୍ବତନ ଛାତ୍ର ୧୯୬୬ ବ୍ୟାଚର ଏସ.ଏନ.ମହାନ୍ତି ସର୍ବ ଭାରତୀୟ ସ୍ତରରେ ଭୁତାତ୍ତ୍ବିକ ଏବଂ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଉପଦେଷ୍ଟା ଡ.ବି.ଏମ ଫାରୁକ ଭୁତାତ୍ତ୍ବିକ କ୍ଷେତ୍ର ଭ୍ରମଣର ମହତ୍ତ୍ୱ ଏବଂ ତଥ୍ୟର ସଠିକ ବିଶ୍ଳେଷଣର ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଭୂତତ୍ତ୍ବ ପାଠପଢ଼ାର ଉପଯୋଗୀ ପୁସ୍ତକ, ତଥ୍ୟ, କ୍ଷେତ୍ର ଭ୍ରମଣ ଏବଂ ତଥ୍ୟ ସଂଗ୍ରହ କୌଶଳ, ଉପସ୍ଥାପନା, ଗବେଷଣା ଏବଂ ନିଯୁକ୍ତି ସମ୍ବନ୍ଧରେ ଆଲୋଚନା କରିଥିଲେ।

ପୂର୍ବତନ ଛାତ୍ର ସଙ୍ଘ ଉପସଭାପତି ପ୍ରଫେସର ପ୍ରେମ ପ୍ରକାଶ ସିଂ ସଭା ପରିଚାଳନା କରିଥିବା ବେଳେ ବିଭାଗର ମୁଖ୍ୟ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ପ୍ରଫେସର ସିଂ ପୂର୍ବତନ ଛାତ୍ର ମାନଙ୍କ ସହଭାଗିତା ଏବଂ ବିଭାଗ ପ୍ରତି ସହଯୋଗର ବିଷଦ ବିବରଣୀ ଦେବା ସହ ଆଗାମୀ ବର୍ଷ ମାନଙ୍କର ଯୋଜନା ବିଷୟରେ ପ୍ରସ୍ତୁତି କାର୍ୟ୍ୟକ୍ରମ ହାତକୁ ନେବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ଡ. ଏଚ.କେ.ସାହୁ, ଡ.ଏସ.ରାୟ, ଡ. ଚାନ୍ଦ, ଡ. ଏନ. ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଭୂତତ୍ତ୍ବ ବିଭାଗର ସହଯୋଗୀ ପ୍ରଫେସର ବିଜୟ କୁମାର ରଥ, ସହକାରୀ ପ୍ରଫେସର ଦେବେନ୍ଦ୍ର ବେଉରା ଓ ଶାନ୍ତିଶ୍ବରୂପ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁର୍ବତନ ଛାତ୍ର ସଙ୍ଘ ସମ୍ପାଦକ କୀର୍ତ୍ତିରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories