www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି କାଠଗଡ଼ାରେ ଖାକି: ନାବାଳିକାକୁ ଉଠାଇନେଲା ପିସିଆର୍ ଭ୍ୟାନ, ଟଙ୍କା ମାଗିବା ସହ ଖରାପ ବ୍ୟବହାର ଅଭିଯୋଗ

ବରଗଡ଼:  ବରଗଡ଼ ପୁଲିସ ନାମରେ ପୁଣି  ଆସିଛି  ଏକ ସାଂଘାତିକ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ସହର ଉପକଣ୍ଠସ୍ଥ ଖଲିଆପାଲି ଗ୍ରାମର ଜଣେ ଅନୁସୂଚୀତ ଜାତିର ଯୁବତୀ। ଯୁବତୀ ଜଣକ ଆଜି ତାଙ୍କ ପରିବାର ସଦସ୍ୟଙ୍କ ସହ ଆସି ଜିଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିବା ସହ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ ଏହି ଯୁବତୀ ଗତ ୬ ତାରିଖ (ରବିବାର) ସନ୍ଧ୍ୟାରେ ଘର ନିକଟରେ ଥିବା ତାର ଜଣେ ସାଙ୍ଗ ନିକଟକୁ କଲେଜରେ ନାମ ଲେଖାଇବା ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଫେରୁଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ପୁଲିସ ପିସିଆର ଭ୍ୟାନ୍‍ ଝିଅକୁ ଦେଖି ତାକୁ ଗାଡ଼ିରେ ବସିବା ପାଇଁ କହିଥିଲେ। ଫଳରେ ଝିଅଟି ଭୟରେ ପିସିଆର ଭ୍ୟାନରେ ବସିବା ପରେ ତାକୁ ତା ଘରେ ନ ଛାଡ଼ି ସହରର ଘୁଲିପାଲି ଛକ, ବାନ୍ଧୁଟିକ୍ରା ଛକ,ଭଟଲି ଛକ ପ୍ରଭୃତି ଯାଗାକୁ ପ୍ରାୟ ରାତି ସାଢେ ଆଠଟା ପର୍ଯ୍ୟନ୍ତ ବୁଲାଇଥିଲେ। ଏହି ସମୟରେ ଯୁବତୀଙ୍କ କହିବା ଅନୁସାରେ ପିସିଆର ଭ୍ୟାନରେ ପ୍ରାୟ ୭ଜଣ ପୁଲିସ କର୍ମଚାରୀ ବସିଥିଲେ ଯେଉଁଥିରେ ଜଣେ ମହିଳା କର୍ମଚାରୀ ମଧ୍ୟ ଥିଲେ। ଏହି ସମୟରେ ଉକ୍ତ ଯୁବତୀଙ୍କୁ ସେମାନେ ନାନା ପ୍ରକାର ଧମକ ଦେବା ସହ ପଇସା ମାଗିଥିଲେ। ସେହିପରି ଜଣେ ପୁରୁଷ ପୁଲିସ କର୍ମଚାରୀ ତାଙ୍କ ଗୋଡ଼ରେ ଯୁବତୀଙ୍କ ଗୋଡ଼ ଓ ଶରୀରର ବିଭିନ୍ନ ସ୍ଥାନକୁ ଛୁଇଁ ଖରାପ ବ୍ୟବହାର କରୁଥିଲେ। ପୁଲିସ କର୍ମଚାରୀ ମାନେ ରକ୍ଷକ ହୋଇ ଭକ୍ଷକ ପରି କାମ କରୁଥିବାରୁ ଭୟରେ ସେ ଥାନାକୁ ନଯାଇ ବରଗଡ଼ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଥିବା ଯୁବତୀ ଜରକ କହିଛନ୍ତି। ବର୍ତ୍ତମାନ ବରଗଡ଼ ଏସପି ଛୁଟିରେ ଥିବାରୁ ଏଚ୍ଆରପିସି ଇନିସପେକ୍ଟର ମେନକା ରାଉତଙ୍କୁ ଘଟଣା ସଂପର୍କରେ ଯୋଗାଯୋଗ କରାଯାଇଥିଲା । ସେ ଏ ସଂପର୍କରେ ଏକ ଅଭିଯୋଗ ଆସିଥିବା ସ୍ବୀକାର କରିଥିଲେ ଓ  ଦାୟିତ୍ବରେ ଥିବା ବଲାଙ୍ଗିର ଏସପି ଏବଂ ଟାଉନଥାନା ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories