www.samajalive.in
Tuesday, December 9, 2025
15.1 C
Bhubaneswar

ଗଣ ବଳାତ୍କାର ମାମଲାର ଏଫଆଇଆରକୁ ପୁଲିସ ବଦଳାଇ ଦେଇଥିବା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଞ୍ଚଳରେ ଘଟିଥିବା ଦଳିତ ନାବାଳିକା ଗଣ ବଳାତ୍କାର ଅଭିଯୋଗର ମୂଳ ଏଫଆଇଆରକୁ ପୁଲିସ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି । ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଶୁକ୍ରବାର ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗତ ୧୨ ତାରିଖ ରାତିରେ ୧୬ ବର୍ଷୀୟା ଜଣେ ଦଳିତ ନାବାଳିକାଙ୍କୁ ସେହି ଗ୍ରାମର ୪ ଜଣ ଯୁବକ ଗଣ ବଳାତ୍କାର କରିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ପୀଡିତାଙ୍କ ବାପା ଗୁଜୁରାଟରେ ରହୁଥିବାରୁ ସେ ପହଂଚିବା ପରେ ବୁଗୁଡା ଥାନାରେ ଗତ ୨୨ ତାରିଖରେ ଅଭିଯୋଗ ହୋଇଥିଲା । ହେଲେ ପୁଲିସ ଏଫଆଇଆରଟିକୁ ପଞ୍ଜିକରଣ କରିବାକୁ ୨ ଦିନ ସମୟ ନେବା ସହ ପୀଡିତାଙ୍କୁ ଧମକାଇ ଆଉ ଏକ ଏଫଆଇଆର ଲେଖାଇ ନେଇଥିଲା ବୋଲି ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ପୁଲିସ କୋହଳ ଦଫା ଲଗାଇ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଦଳିତ ଓ ଆଦିବାସୀ ନେତା ଭାଲଚନ୍ଦ୍ର ଷଡଙ୍ଗୀ ଅଭିଯୋଗ କରିଛନ୍ତି । ଆଜି ପିଡିତାଙ୍କ ପରିବାର ଓ ମହାସଭାର ସଭାପତି ବୈରାଗୀ ନାୟକଙ୍କ ସମେତ କିଛି ସଦସ୍ୟ ଆଜିଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ । ଏହି ଘଟଣାରେ ତଦନ୍ତ ପାଇଁ ଗଞ୍ଜାମ ଏସପିଙ୍କୁ ନିର୍ଦେଶ ଦିଆଯିବ ବୋଲି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ପ୍ରତିକ୍ରିୟା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories