ଭୁବନେଶ୍ୱର: ବିଧାନସଭାରେ ସର୍ବ ଦଳୀୟ ବୈଠକ ଆରମ୍ଭ ହୋଇଛି । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବ ଦଳୀୟ ବୈଠକ ଆରମ୍ଭ ହୋଇଥିବା ବେଳେ ଏଥିରେ ଶାସକ ଦଳର ବିଧାୟକଙ୍କ ସହିତ ବିଜେଡିର ପ୍ରମିଳା ମଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ରହିଛନ୍ତି ।
ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ସୁରମା ପାଢୀ । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଐତିହାସିକ ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ । ଆସନ୍ତାକାଲି ଅପରାହ୍ନ ୪ଟାରୁ ୩୦ରୁ ୫ଟା ୩୦ ଯାଏଁ ଗୋଟିଏ ଘଣ୍ଟା ଧରି ଗୃହରେ ଉଦବୋଧନ ରଖିବେ ରାଷ୍ଟ୍ରପତି ।



