www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ପାଇଁ ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କରୋନା ସ୍ଥିତିକୁ ନେଇ ଶୁକ୍ରବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସରକାରଙ୍କ ଦ୍ବାରା ଭବିଷ୍ୟତରେ କରୋନା ଟିକା ବିତରଣ ଯୋଜନା ଉପରେ ବି ଆଲୋଚନା ହୋଇପାରେ।

କରୋନା ଯୋଗୁ ମୋଦୀ ଏବଂ ଅନ୍ୟ ଦଳର ନେତାମାନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ଚାଲିଛି। ବୈଠକରେ ବିଜେଡି ଏମପି ଚନ୍ଦ୍ରଶେଖର ସାହୁ, ୱାଇଏସଆରସିପିର ବିଜୟସାଇ ରେଡ୍ଡୀ ଓ ମିଥୁନ ରେଡ୍ଡୀ, ଏଆଇଏମଆଇଏମର ଇମତିଆଜ୍‌ ଜଲିଲ, ଶିବସେନାର ବିନାୟକ ରାଉତ, ଜେଡିୟୁର ଆରସିପି ସିଂହ, କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଓ ଗୁଲାମ ନବି ଆଜାଦ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ ଓ ଡେରେକ ଓ’ ବ୍ରାଏନ, ଏଆଇଏଡିଏମକେର ନବନୀତ କଷ୍ଣନ, ଡିଏମମେର ଟି.ଆର.କେ. ବାଲୁ ଏବଂ ତିରୁଚି ଶିବା, ଜେଡିଏସର ଏଚ. ଡି. ଦେବେଗୌଡ଼ା, ଏନସିପିର ଶରଦ ପାୱାର, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ବିଏସପିର ସତୀଶ ମିଶ୍ରା, ଆରଜେଡିର ପ୍ରେମ ଚନ୍ଦ୍ର ଗୁପ୍ତାଙ୍କ ସମେତ ଅନ୍ୟାନ୍ୟ ଦଳର ଏମପିମାନେ ଯୋଗଦେବାର ସମ୍ଭାବନା ରହିଛି।

- Advertisement -

ବୈଠକ ପୂର୍ବରୁ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଆଶା କରୁଛୁ ଆଜି ପ୍ରଧାନମନ୍ତ୍ରୀ କେବେ ସୁଦ୍ଧା ପ୍ରତି ଭାରତୀୟଙ୍କୁ ମାଗଣା ଟିକା ପ୍ରଦାନ କରାଯିବ ସେ ସମ୍ପର୍କରେ ସ୍ପଷ୍ଟ କରିବେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories