www.samajalive.in
Sunday, December 7, 2025
23.1 C
Bhubaneswar

୧୬୪ ଅତିରିକ୍ତ ବିଡିଓ ପଦବୀ ଖାଲି, ଅର୍ଥ ବିଭାଗ ଦ୍ୱାରା ଅନୁମୋଦିତ କାଡ଼ର ଫାଇଲ ଟେବୁଲ ତଳେ

ଭୁବନେଶ୍ବର: ନିଖିଳ ଓଡିଶା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଘର ଦ୍ବିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସଂଘର ସଭାପତି ନିରୋଦ ସାମଲ କହିଛନ୍ତି ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯାହାକି  ପଞ୍ଚାୟତିରାଜ ବିଭାଗ ରାଜସ୍ୱ ବିଭାଗର ଉପନିବେଶ ବିଭାଗ (ଡୋମିନିୟନ ଷ୍ଟାଟସ) ଭାବେ ରହିଅଛି ।  କହିବା ବାହୁଲ୍ୟ ଏହିକି ଯେ “ଓଡ଼ିଶା ଲୋକସେବା ଆୟୋଗ” ଦ୍ୱାରା ହେଉଥିବା ଲିଖିତ ଓ ମୌଖିକ ପରୀକ୍ଷା ମାଧ୍ୟମରେ ଚୟନ ନହୋଇ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ଏକ-ଚତୁର୍ଥାଂଶ ବ୍ୟକ୍ତି ନିଜର ପ୍ରାରମ୍ଭିକ ବୃତ୍ତି ଶିକ୍ଷକ, ସ୍ୱାସ୍ଥ୍ୟ କର୍ମଚାରୀ, ନର୍ସ, ଷ୍ଟେନୋ, ଆରଆଇ, ଅମିନ, କିରାଣୀ, ଆଇସିଡିଏସ ସୁପରଭାଇଜର ଓ ଅଡିଟର ଇତ୍ୟାଦି ପଦବୀରେ ଦୀର୍ଘ ଦିନ କାର୍ଯ୍ୟ କରିବା ପରେ କେବଳ ରାଜସ୍ୱ ବିଭାଗ ଜରିଆରେ “ଓଡ଼ିଶା ପ୍ରଶାସନିକ ସେବା” ପଦବୀ ମଣ୍ଡନ କରୁଛନ୍ତି ।
ରାଜସ୍ୱ ବିଭାଗ ନିଜ ବିଭାଗର ସ୍ୱତନ୍ତ୍ରତା ବଜାୟ ରଖିବା ସହ ଅନ୍ୟ ବିଭାଗର ପଦବୀରେ ନିଜର ଅଧିକାରୀଙ୍କ ନିମନ୍ତେ ପଦବୀ ସରଂକ୍ଷିତ ରଖି ପଞ୍ଚାୟତିରାଜ ବିଭାଗରେ ନିଜର ପଦୋନ୍ନତି ପ୍ରାପ୍ତ ଅଧିକାରୀଙ୍କୁ ବିଡିଓ ପଦବୀରେ ନିଯୁକ୍ତି ଦେବାରେ ସକ୍ଷମ ହେବା ଦ୍ୱାରା ପଞ୍ଚାୟତିରାଜ କର୍ମଚାରୀଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ।  ଏହା ଦ୍ୱାରା ପଞ୍ଚାୟତିରାଜ କର୍ମଚାରୀ ପକ୍ଷପାତିତାର ଶିକାର ହେବା ସହିତ ସେମାନଙ୍କର ମୌଳିକ ଅଧିକାରକୁ ଉଦ୍ଦେଶ୍ୟମୂଳକ ଭାବରେ ଛଡ଼ାଇ ନିଆଯିବାର ବ୍ୟବସ୍ଥା କରାଯାଇଛି ଓ ସେହି ଅତିରିକ୍ତ ବିଡିଓ ପଦବୀରେ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଉଛି ।  ଏବିଡିଓ ମାନଙ୍କର ୧୦-୩୦ ବର୍ଷର ଦକ୍ଷତା ଓ ଅଭିଜ୍ଞତାକୁ ସଦୁପଯୋଗ କରାଯାଉ ନାହିଁ ଅର୍ଥାତ୍ ବ୍ଳକ ପ୍ରସାଶନ କାର୍ଯ୍ୟ ଉପରେ ଆଦୌ ଅଭିଜ୍ଞତା ନଥିବା ଅଧିକାରୀଙ୍କୁ ବିଡିଓ କରାଯାଉଛି ।
୨୦୨୩ ମସିହା ମାର୍ଚ୍ଚ ମାସରେ ପ୍ରଥମକରି ଉନ୍ମୋଚନ ହୋଇଥିବା ଓଡ଼ିଶା ପଞ୍ଚାୟତିରାଜ ସେବା କ୍ୟାଡ଼ରରେ ଗୁରୁତର ତ୍ରୁଟି ଯୋଗୁଁ ଆଜି ସୁଦ୍ଧା ୩୦ ଗୋଟି ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦବୀରୁ ୨୬ ଗୋଟି ପଦବୀ ଖାଲି ପଡ଼ିଛି ।  ପଞ୍ଚାୟତିରାଜ ବିଭାଗର ଟାଳଟୁଳ ନୀତି ଯୋଗୁଁ ପଞ୍ଚାୟତିରାଜ ସେବା କାଡ଼ରରେ ଥିବା ତ୍ରୁଟି ସଂଶୋଧନ ହୋଇପାରୁ ନାହିଁ କି ଅର୍ଥ ବିଭାଗ ଦ୍ୱାରା ଅନୁମୋଦନ ହେଇଥିବା ୩୦ ଶତକଡ଼ା ଅତିରିକ୍ତ ବିଡିଓ ପଦବୀ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଚୟନ ପକ୍ରିୟା ଏପର୍ଯ୍ୟନ୍ତ ନୋଟିଫିକେଶନ ହୋଇପାରୁ ନାହିଁ ।  ଅନେକ ବରିଷ୍ଠ ଅତିରିକ୍ତ ବିଡିଓ ଓ ଉପଖଣ୍ଡ ପଞ୍ଚାୟତ ଅଧିକାରୀମାନେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ପଦୋନ୍ନତି ପାଇବାରୁ ବଞ୍ଚିତ ହେବା ସହିତ ବାଧ୍ୟହୋଇ ନିଜ ନିଜ ପଦବୀରୁ ଅବସର ନେଉଛନ୍ତି ।  ଅର୍ଥ ବିଭାଗ ଦ୍ୱାରା ଅନୁମୋଦନ ହୋଇଥିବା ଓଡ଼ିଶା ପଞ୍ଚାୟତିରାଜ ସେବା କ୍ୟାଡ଼ରକୁ ଯଥା ଶୀଘ୍ର ନୋଟିଫିକେସନ ନିମନ୍ତେ ବିହିତ ପଦକ୍ଷେପ ନେବା ଲାଗି ପଞ୍ଚାୟତିରାଜ ସେବା କ୍ୟାଡ଼ରର ଅଧିକାରୀମାନେ ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ / ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସଭା ରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ସଞ୍ଜୟ କୁମାର ଦାସ, ସାଧାରଣ ସମ୍ପାଦକ ଜିତେନ୍ଦ୍ରୀୟ ମୁଣ୍ଡା, ଶ୍ରୀଧର ପଣ୍ଡା, ପଲ୍ଲବୀ ରାଉତଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories