www.samajalive.in
Monday, December 15, 2025
15.1 C
Bhubaneswar

ମେ ୭ ସୁଦ୍ଧା ଭାରତୀୟ ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି

ନୂଆଦିଲ୍ଲୀ  : ଆସନ୍ତା ମେ’ ୭ ସୁଦ୍ଧା ଭାରତୀୟ ସିନିୟର ପୁରୁଷ ଫୁଟବଲ ଦଳ ନିମନ୍ତେ ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କୁ ନିଯୁକ୍ତି ମିଳିବ ବୋଲି ସର୍ବଭାରତୀୟ ଫୁଟବଲ ମହାସଂଘ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସୂଚନାଥାଉକି ଏଏଫ୍‌ସି ଏସିଆନ୍ କପ୍‌ରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟାଇନ୍। ଏହାପରେ ନୂତନ ପ୍ରଶିକ୍ଷକ ନିଯୁକ୍ତି ନିମନ୍ତେ ସର୍ବଭାରତୀୟ ଫୁଟବଲ ମହାସଂଘ ତରପରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନ ନିମନ୍ତେ ଶେଷ ସମୟ ମାର୍ଚ୍ଚ ୨୯କୁ ଧାର୍ଯ୍ୟ କରା ଯାଇଥିଲା। ଏହି ସମୟ ମଧ୍ୟରେ ୨୫୦ ଜଣ ମୁଖ୍ୟ ପ୍ରଶିକ୍ଷକ ପଦ ନିମନ୍ତେ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୩୮ଜଣଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି। ଆସନ୍ତା ସପ୍ତାହରେ ସର୍ବଭାରତୀୟ ଫୁଟବଲ ମହାସଂଘ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ। ଏହି କମିଟି ସଂକ୍ଷିପ୍ତ ତାଲିକାରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିବ।
ମୁଖ୍ୟ ପ୍ରଶିକ୍ଷକ ପଦ ଦୌଡ଼ରେ ବାଙ୍ଗାଲୋର ଏଫ୍‌ସିର ପୂର୍ବତନ ପ୍ରଶିକ୍ଷକ ଆଲବର୍ଟ ରୋକା ଓ ସ୍ବିଡେନ୍‌ର ପୂର୍ବତନ ମ୍ୟାନେଜର ଏରିକ୍‌ସନ ଅଛନ୍ତି। ଏରିକ୍‌ସନ୍‌ ପୂର୍ବରୁ ଇଂଲଣ୍ଡ, ମେକ୍ସିକୋ, ଆଇଭରି କୋଷ୍ଟ ଦଳ ସହ ପ୍ରଖ୍ୟାତ କ୍ଲବ ମାଞ୍ଚେଷ୍ଟର ସିଟି ଓ ଲିଚେଷ୍ଟର ସିଟି ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରି ସାରିଛନ୍ତି। ପ୍ରାର୍ଥୀମାନେ ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ କେତେ ପାରିଶ୍ରମିକ ଦାବି କରୁଛନ୍ତି ତାହା ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ସର୍ବଭାରତୀୟ ଫୁଟବଲ ମହାସଂଘ ତରଫରୁ ସୂଚନା ମିଳିଛି। ଭାରତୀୟ ଦଳ ଆସନ୍ତା ଜୁନ୍‌ ୫ରେ ଥାଇଲାଣ୍ଡରେ ଖେଳାଯିବାକୁ ଥିବା କିଙ୍ଗ୍‌ସ କପ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories