www.samajalive.in
Tuesday, December 9, 2025
19.1 C
Bhubaneswar

ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ : ଉଦଘାଟନୀ ମ୍ୟାଚରେ ବଲାଙ୍ଗିର ବିଜୟୀ

ପାଇକମାଳ: ବରଗଡ଼ ଜିଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ୨୬ତମ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି। ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।
ଉଦ୍‌ଘାଟନୀ ଦିବସର ପ୍ରଥମ ମ୍ୟାଚ ପଦ୍ମପୁର ରାଜବୋଡାସମ୍ବର ସ୍ପୋର୍ଟିଂ ଓ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗିର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ନିକୁ ସିଂହଦେଓଙ୍କ ୫୮, ଶୁଭମ ସାହୁଙ୍କ ୪୬ ଓ ମାନସ ମିଶ୍ରଙ୍କ ୧୯ରନ ବଳରେ ୬ୱିକେଟ ହରାଇ ମୋଟ ୧୮୩ ରନ ସଂଗ୍ରହ କରିଥିଲା। ରାଜବୋଡ଼ାସମ୍ବର ପକ୍ଷରୁ ସୋମେଶ ମାଝୀ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ। ୧୮୪ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ରାଜବୋଡ଼ାସମ୍ବର ପକ୍ଷରୁ ଚିନ୍ମୟ ସର୍ବାଧିକ ୪୭ ରନ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ। ଫଳରେ ମାତ୍ର ୯୦ ରନରେ ଦଳର ସବୁ ୱିକେଟର ପତନ ଘଟିଥିଲା। ବଲାଙ୍ଗିର ଦଳରୁ ହର୍ଷରାଜ ସିଂ ସର୍ବାଧିକ ୪ଟି ୱିକେଟ ଦଖଲ କରିଥିଲେ।


ଖେଳ ପରିଚାଳନା କରିଥିଲେ ଓସିଏ ଅମ୍ପାୟାର ଚୂଡାମଣି ପାଢୀ ଓ ବିକାଶ ମେହେର। ପ୍ରମୋଦ ଦାଶ ଓ ଋଷଭ ସାହୁ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ଧାରାବିବରଣୀ ପ୍ରଦାନ କରିଥିଲେ ପତିତପାବନ ସାହୁ, ପ୍ରହଲ୍ଲାଦ ଭୋଇ ଓ ସୁନାଧର ଭୋଇ। ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଖାଡିଆ ସାହୁ ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ବଲାଙ୍ଗିର ଦଳର ନିକୁ ସିଂହଦେଓ ‘ମ୍ୟାନ ଅଫ ଦି ମ୍ୟାଚ’ ବିବେଚିତ ହୋଇଥିଲେ। ଶୁକ୍ରବାର କଣ୍ଟାବାଞ୍ଜି ଓ ବାଗବହରା (ଛତିଶଗଡ଼) ମଧ୍ୟରେ ମୁକାବିଲା ହେବ ବୋଲି ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଆୟୋଜକ କମିଟି ସଭାପତି ଆନନ୍ଦ ସାହୁ, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ପତିତପାବନ ସାହୁ, ରୋହିତ କୁମାର ସାହୁ, ହେମସାଗର ସାହୁ, ସ୍ବତନ୍ତ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories