ବାତ୍ୟା ଆର୍ଲଫ୍ରେଡ଼, ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ଡେସ୍କ: ବାତ୍ୟା ଆର୍ଲଫ୍ରେଡ଼ ଆସନ୍ତାକାଲି ବ୍ରିସବେନରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଯୋଗୁଁ ପ୍ରବଳ ବର୍ଷା, ପ୍ରବଳ ଲହରୀ ଓ ପ୍ରବଳ ପବନ ବହିବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି ଏବଂ ସମୁଦ୍ର କୂଳ ଜଳମଗ୍ନ ହେବା ସହ ବିମାନବନ୍ଦର ଗୁଡ଼ିକ ବନ୍ଦ ରଖାଯାଇଛି। କ୍ୟାଟେଗୋରୀ-୨ ବାତ୍ୟା ଏବଂ କୁଇନ୍ସଲ୍ୟାଣ୍ଡ ଏବଂ ନ୍ୟୁ ସାଉଥ ୱେଲ୍ସରେ ୮୦ ହଜାରରୁ ଅଧିକ ଘରର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି।ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଗତକାଲି ବ୍ରିସବେନ୍ ବିମାନବନ୍ଦର ବନ୍ଦ ରହିଥିବା ବେଳେ ଦକ୍ଷିଣ-ପୂର୍ବ କୁଇନ୍ସଲାଣ୍ଡର ୧ହଜାରରୁ ଅଧିକ ସ୍କୁଲବନ୍ଦ ରହିଛି।
Comments are closed.