www.samajalive.in
Monday, December 15, 2025
26.1 C
Bhubaneswar

ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼

ବ୍ରହ୍ମଗିରି : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରେ ଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ରୂପରେ ଭକ୍ତ ଦର୍ଶନ କରୁଛନ୍ତି। ପ୍ରବଳ ଗରମ ଗୁଳୁଗୁଳି ଯୋଗୁଁ ଦିନରେ ଭକ୍ତଙ୍କ ସଂଖ୍ୟା କିଛିଟା ହ୍ରାସ ପାଉଥିବାବେଳେ ସନ୍ଧ୍ୟାରେ ପୀଠରେ ଭିଡ଼ ହେଉଥିବା ଲକ୍ଷ୍ୟ କରାଯାଉଛି।
ଶ୍ରୀଜୀଉଙ୍କ ନୀତିରେ ଲାଗି ହେଉଥିବା ଭୋଗଅନ୍ନ, ଖେଚୁଡ଼ି, ମିଠାଅନ୍ନ, ଡାଲି, ଡାଲମା, ବେଶର, ମହୁର, ଖଟା, ଶାଗ ଓ ଖିରିପ୍ରସାଦ ସହିତ ଶୁଖିଲିଭୋଗ ପାଇଁ ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ଲାଗିରହିଥିଲା। ଭୋର୍‌ ୩ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳଆଳତି, ଅବକାଶ, ଅନବସର ବେଶ, ଚନ୍ଦନ ତୁଳସୀ ଲାଗିହୋଇ ସକାଳ୬ଟା ସୁଦ୍ଧା ଶ୍ରୀଜୀଉ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। ଦିନ ୧୨ଟାରେ ସକାଳ ଧୂପ, ୧ଟା ୩୦ରେ ଖିରିପ୍ରସାଦ ଭୋଗ ହୋଇ ଦିନ ୨ଟାରେ ଶ୍ରୀଜୀଉଙ୍କ ପହଡ଼ ପଡ଼ିଥିଲା। ୨ଟା ୧୫ରେ ଶ୍ରୀଜୀଉ ପୁନର୍ବାର ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। ରାତି ୯ଟାରେ ସନ୍ଧ୍ୟାଧୂପ, ୧୦ଟାରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ କରାଯାଇଥିଲା। ପ୍ରତିଦିନ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories