www.samajalive.in
Friday, December 5, 2025
17.1 C
Bhubaneswar

ଇଣ୍ଡିଆ ବୁକ ଅଫ୍‌ ରେକର୍ଡରେ ୫ବର୍ଷର ଅଲାନ୍ୟା

ସମ୍ବଲପୁର: ୫ ବର୍ଷିୟା ଅଲାନ୍ୟା ସାହୁ ସ୍କେଟିଂରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ବରଗଡ ଜିଲା ଦୁଲମପୁର ନିବାସୀ ତଥା ଏବେ ସମ୍ବଲପୁରରେ ଓଡିଶା ଗ୍ରାମିଣ ବ୍ୟାଙ୍କରେ କାର୍ଯ୍ୟରତ ଅବସରପ୍ରାପ୍ତ ନୌସୈନିକ ବାସୁଦେବ ସାହୁ ଓ ପୁଜା ସାହୁଙ୍କ କନ୍ୟା ଅଲାନ୍ୟା । ସେ ଦେଢ଼ ବର୍ଷର ହୋଇଥିବା ବେଳେ କର୍ଣ୍ଣାଟକ କାରୱା ନେଭାଲ ବେସରେ ଥିବା ସମୟରେ ଛୁଆମାନଙ୍କୁ ସ୍କେଟିଂ କରିବା ଦେଖି ସ୍କେଟିଂ କରିବାର ଆଗ୍ରହ ପ୍ରକାଶ କରିଥିଲେ । ପ୍ରଥମେ ସ୍କେଟିଂକୁ ଖେଳ ରୂପେ ଆରମ୍ଭ କରିଥିବା ଅଲାନ୍ୟାଙ୍କ ମନୋବଳ ଦେଖି ତାଙ୍କୁ ସେଥିରେ ବାପା ଓ ମାଁ ନିଜେ ସ୍କେଟିଂ ଶିଖାଇଥିଲେ । ୨୦୨୩ ମସିହାରେ ସେନା ବାହିନୀରୁ ଅବସର ପରେ ଓଡିଶା ଗ୍ରାମୀଣ ବ୍ୟାଙ୍କରେ ଚାକିରି କରୁଥିବା ବାସୁଦେବ ପରେ ସମ୍ବଲପୁରର ବୁଢ଼ାରଜା ପାହାଡର ପାହାଚରେ ସ୍କେଟିଂର ଅଭ୍ୟାସ କରାଇ ଅଲାନ୍ୟା କୁ ପ୍ରଶିକ୍ଷଣ ଦେଇଥିଲେ ।

ଗତ ଏପ୍ରିଲ ୧୬ ତାରିଖରେ ବୁଢ଼ାରଜା ପାହାଡ ରାସ୍ତାରେ ରୋଲ ସ୍କେଟ ଦ୍ୱାରା ୧୨ ମିନିଟ ୮୭ ସେକେଣ୍ଡ ସମୟରେ ମନ୍ଦିର ଉପରକୁ ଅଲାନ୍ୟା ଚଢ଼ିଥିବାରୁ ଏହି ଭିଡିଓକୁ ଇଣ୍ଡିଆ ବୁକ ଅଫ ରେକର୍ଡର ଗୁରୁଗାଓଁ ସ୍ଥିତ କାର‌୍ୟ୍ୟାଳୟକୁ ପଠାଇ ଥିଲେ । ଗତ ୧୬ ତାରିଖରେ ଇଣ୍ଡିଆ
ବୁକ ଅଫ ରେକର୍ଡର ପ୍ରମାଣ ପତ୍ର ଡାକ ଯୋଗେ ପହଁଂଚିଛି । ଏବେ ସ୍ଥାନୀୟ ରେଳବାଇ ଷ୍ଟାଡିୟମରେ କୋଚ ଶଶାଙ୍କ କୁମାର ଦାଶଙ୍କ ତତ୍ୱାବଧାନରେ ଅଲାନ୍ୟା ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି ।

- Advertisement -

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories