www.samajalive.in
Monday, December 15, 2025
27.1 C
Bhubaneswar

ଅକ୍ଷୟ ପଟ୍ଟନାୟକ ମାର୍ଗର ବିକଳ ଚିତ୍ର ; ପଥଚାରୀ ହନ୍ତସନ୍ତ,ବଢୁଛି ଅସନ୍ତୋଷ

ବାଙ୍କୀ :  ବାଙ୍କୀ ଏନଏସି ଅନ୍ତର୍ଗତ ୧୦ ଓ ୧୨ନଂ ଓାର୍ଡରେ  ରହିଛି ଅକ୍ଷୟ ପଟ୍ଟନାୟକ ମାର୍ଗ । ରାସ୍ତାଟି ବାଙ୍କୀ-ଖୋର୍ଦ୍ଧା ମୁଖ୍ୟ ରାସ୍ତାରୁ ବାଙ୍କୀ-ବୈଦେଶ୍ୱର ମୁଖ୍ୟ ରାସ୍ତାକୁ ସଞ୍ଜୋଗ କରୁଛି । ଏହି ଅକ୍ଷୟ ପଟ୍ଟନାୟକ ମାର୍ଗରେ ରହିଛି ବାଙ୍କୀ ଏନଏସିର ଶୁଖିଲା ବଜ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର। ପରେ ପରେ ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି କାର୍ଯ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର । ଉଭୟ ବିଦ୍ୟାଳୟରେ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ଦୈନିକ ଏହି ରାସ୍ତାରେ ଯାତାୟତ କରୁଛନ୍ତି । ଅନୁରୂପ ଭାବରେ ଏହା ନିକଟରେ ରହିଛି ନିୟନ୍ତ୍ରିତ ବଜାର କମିଟି । ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଦୀର୍ଘଦିନ ଧରି ଏହି ରାସ୍ତାଟି ଖାଲଖମା, କାଦୁଅପଙ୍କରେ ଭର୍ତ୍ତି ହୋଇଛି । ବାଙ୍କୀ ସହର ଅନ୍ତର୍ଗତ ଏହି ରାସ୍ତାର ବିକାଶ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା କରୁଥିବା ଅଭିଯୋଗ ଆସୁଛି । ବିଭିନ୍ନ ସମୟରେ ରାସ୍ତାଟିକୁ ସମ୍ପୂର୍ଣ୍ଣ ମରାମତି କରିବା ପାଇଁ ଦାବୀ କରାଯାଉଥିଲେ ମଧ୍ୟ ସୁବିଧା ସୁଯୋଗ ଦେଖି ଏନଏସି ପକ୍ଷରୁ ଡଷ୍ଟ ପକାଇ ପ୍ରଶାସନ ନିରବ ରହୁଥିବା ସର୍ବସାଧାରଣଙ୍କୁ ଚକିତ କରିଛି।

ସୂଚନା ଯୋଗ୍ୟ ଯେ ଶୀତ ଖରାରେ ଯଦିଓ ପଥଚାରୀ, ବିଦ୍ୟାଳୟ, ସ୍ଥାନୀୟ ବାଙ୍କୀ ମହାବିଦ୍ୟାଳୟ ଏବଂ ରାଣୀଶୁକଦେଈ ମହିଳା ମହାବିଦ୍ୟାଳୟକୁ ଯାତାୟତ କରୁଥିବା ବିଦ୍ୟାର୍ଥି ମାନେ ସମସ୍ୟାକୁ ଚଳାଇ ଦେଉଥିଲେ ହେଲେ ବର୍ଷା ପ୍ରଭାବରେ ରାସ୍ତାଟି ମରଣଯନ୍ତା ପାଲଟିଥିବାରୁ ଯାତାୟତ ଠପ ହୋଇଛି । ଏବେ ମୁଖ୍ୟ ରାସ୍ତାର ପ୍ରବେଶ ଦ୍ୱାରରୁ ଆଗକୁ ଆଗକୁ ଖାଲଖମାର ବିକଳ ଚିତ୍ର ଅସନ୍ତୋଷର କାରଣ ପାଲଟିଛି । ସେହିପରି ଭଙ୍ଗା ଦଦରା ରାସ୍ତାରେ ଚାଉଳ ବୋଝେଇ ବହୁ ଭାରୀଯାନ ଯାତାୟତ କରୁଥିବାରୁ ରାସ୍ତାକୁ ଅଧିକ ବିପର୍ଯ୍ୟସ୍ତ କରିଛି । ଅଭିଭାବକ ମାନେ ବିଦ୍ୟାଳୟକୁ ଏହି ରାସ୍ତାରେ ପିଲା ମାନଙ୍କୁ ଛାଡିବା ପାଇଁ ସୁରକ୍ଷିତ ମଣୁନାହାଁନ୍ତି । ବହୁ ସମୟରେ ଲୋକ ଏନଏସି ପରିଚାଳିତ ଶୁଖିଲା ବଜ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ସମ୍ମୁଖ ରାସ୍ତାର ଖାଲଖମାରେ ପଡି ଖଣ୍ଡିଆ ଖାବରା ହୋଇଥିବା ଅଭିଯୋଗ ହୋଇଛି । ବାଙ୍କୀ ଏନଏସିର ଏହି ରାସ୍ତାଟି ଗ୍ରାମ ଉନ୍ନୟନ ବିଭାଗ ହାତକୁ ହସ୍ତାନ୍ତର କରାଯାଇଥିବା ଦୃଷ୍ଟିରୁ ରାସ୍ତାର ବିକାଶ ପାଇଁ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଶୁଣିବାକୁ ମିଳୁଛି। ସେପଟେ ଏନଏସି ହେଉ ଅବା ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉ ତୁରନ୍ତ ଏହି ରାସ୍ତାର ପୁନଃରୁଦ୍ଧାର କରିବା ପାଇଁ ଦାବୀ ହେଉଛି। ସ୍ୱାଧୀନତାର ୭ ଦଶକ ପରେ ମଧ୍ୟ ବାଙ୍କୀ ସହର ଅନ୍ତର୍ଗତ ଏହି ରାସ୍ତାର ସୁଧାର ନହେବା ଏକ ବିଡମ୍ବାନାର ବିଷୟ ବୋଲି ବୁଦ୍ଧିଜିବୀ ମାନେ ଚର୍ଚ୍ଚା ଆରମ୍ଭ କରିଛନ୍ତି । ରାସ୍ତାର ଅବସ୍ଥା ନେଇ ବାଙ୍କୀ ନଗରପାଳଙ୍କ ସହ ଯୋଗା ଯୋଗ କରିବାରୁ ପୂର୍ବରୁ ଏହି ରାସ୍ତାଟି ଆରଡି ବିଭାଗକୁ ହସ୍ତାନ୍ତର କରାଯାଇଥିବା ବ୍ୟବସ୍ଥାର ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନହେବାରୁ ଖୁବ୍ ଶୀଘ୍ର ବାଙ୍କୀ ଏନଏସି ଟେଣ୍ଡର ପ୍ରକ୍ରିୟାରେ ଅକ୍ଷୟ ପଟ୍ଟନାୟକ ମାର୍ଗର ସମ୍ପୂର୍ଣ୍ଣ ମରାମତି ଓ ସୁଦୃଢୀକରଣ କରାଯିବା ପ୍ରସ୍ତାବ ଥିବା କହିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories