୫ଟି ବର୍ଗରେ ପୁରସ୍କାର ଜିତି ଚର୍ଚ୍ଚାରେ ଅକ୍ଷୟ ପରିଜା ପ୍ରଡକ୍ସନ୍

ଭୁବନେଶ୍ବର: ନୂଆ କିଛି କରିବାର ଆଭିମୁଖ୍ୟ ନେଇ ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ଦୁନିଆରେ ପାଦ ରଖିଥିଲା ଅକ୍ଷୟ ପରିଜା ପ୍ରଡକ୍ସନ୍। ଏହି ପ୍ରଡକ୍ସନ ନିବେଦିତ ଧାରାବାହିକ ଗୁଡିକ ସବୁବେଳେ ଟିଆରପି ରେଟିଂରେ ଆଗରେ ରହିବା ସହିତ ଦର୍ଶକଙ୍କ ବିପୁଳ ସମର୍ଥନ ଲାଭ କରି ଓଡ଼ିଆ ଟେଲିଭିଜନ ଜଗତରେ ଆଲୋଡନ ସୃଷ୍ଟି କରିଥାଏ। ସେଥିପାଇଁ ଅଷ୍ଟମ ରାଜ୍ୟ ଓଡିଆ ଟେଲି ପୁରସ୍କାର ବିତରଣ ଉତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ୍ ପୁଣି ବାଜିମାତ୍ କରିଛି। ୫ଟି ବର୍ଗରେ ପୁରସ୍କାର ଜିତିବା ପରେ ସଂସ୍ଥାର ମୁଖ୍ୟ ଅକ୍ଷୟ ପରିଜା ରାଜ୍ୟ ତଥା ରାଜ୍ୟ ବାହାରର ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହି ତାଲିକାରେ ଶ୍ରେଷ୍ଠ ଧାରାବାହିକ (ସରଗମ୍) , ଶ୍ରେଷ୍ଠ ନିର୍ଦେଶକ, ଶ୍ରେଷ୍ଠ ସହ ଅଭିନେତା, ଶ୍ରେଷ୍ଠ ସଂଳାପ ଓ ଶ୍ରେଷ୍ଠ ସାଉଣ୍ଡ ପାଇଁ ପୁରସ୍କାର ପାଇଛି ଅକ୍ଷୟ ପରିଜା ପ୍ରଡକ୍ସନ୍। ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ‘ସରଗମ୍’ ଆମ ରାଜ୍ୟ ଓଡ଼ିଶାର ଏକ ସଂଗୀତ ଭିତ୍ତିକ ପ୍ରେମ କାହାଣୀକୁ ନେଇ ଧାରାବାହିକ। ଏକ ସଂଗୀତକାରର ସଫଳତା, ଖ୍ୟାତି ଓ ପ୍ରତିଷ୍ଠା ପଛରେ କିପରି ରାଜନୀତି, ଘୃଣା ଏବଂ ଚଞ୍ଚକତା ଥାଏ ତାହା ହେଉଛି ‘ସରଗମ୍’ ଧାରାବାହିକର ମୂଳ ବିଷୟ ବସ୍ତୁ।

 

ଚଳଚ୍ଚିତ୍ର ଓ ଧାରାବାହିକ କ୍ଷେତ୍ରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଅକ୍ଷୟ ପରିଜା ପ୍ରଡକ୍ସନ୍ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି। ସେହି ଆଭିମୁଖ୍ୟକୁ ଅବ୍ୟାହତ ରଖି ମନୋରଞ୍ଜନ ଦୁନିଆରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଓଡ଼ିଶାର ନିୟମିତ ତଥା ନିର୍ଭରଯୋଗ୍ୟ ଏହି ନମ୍ବର ୱାନ ପ୍ରଯୋଜନା ସଂସ୍ଥା, ‘ଅକ୍ଷୟ ପରିଜା ପ୍ରଡକ୍ସନ୍’ ବ୍ୟାନରରେ ପ୍ରସ୍ତୁତ ଆଗାମୀ ଧାରାବାହିକ ଗୁଡିକ ନିଶ୍ଚିତ ଭାବେ ଓଡ଼ିଆ ଟେଲିଭିଜନ ଦର୍ଶକଙ୍କୁ ଏକ ନୂତନ ସ୍ୱାଦ ଦେବ ବୋଲି ଶ୍ରୀ ପରିଜା କହିଛନ୍ତି।

Comments are closed.