www.samajalive.in
Saturday, December 6, 2025
15.1 C
Bhubaneswar

ଅକ୍ଷୟ ତୃତୀୟା : ଜାଣନ୍ତୁ ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ପବିତ୍ର ଅକ୍ଷୟ ତୃତୀୟାର ଖୁବ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ। ମାନ୍ୟତାନୁଯାୟୀ, ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଶୁଭଙ୍କର। ଏହି ଦିନ ମା’ଲକ୍ଷ୍ମୀଙ୍କର ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଶୁଭ ମୁହୂର୍ତ୍ତ
ଅକ୍ଷୟ ତୃତୀୟା ମେ ୩ ତାରିଖ ମଙ୍ଗଳବାର ଭୋର ୫ଟା୧୮ ମିନିଟ୍‍ରୁ ଆରମ୍ଭ ହୋଇ ମେ ୪ ବୁଧବାର ସକାଳ ୭ଟା ୩୨ମିନିଟ୍‍ ରେ ସମାପ୍ତ ହେବ। ଏହିଦିନ ରୋହିଣୀ ନକ୍ଷତ୍ର ୧୨ଟା ୩୪ ମିନିଟରୁ ଆରମ୍ଭ ହୋଇ ମେ ୪ ଭୋର ୩ଟା ୧୮ରେ ଶେଷ ହେବ।
ପୂଜାବିଧି
ଏହିଦିନ ପ୍ରାତଃ ସମୟରେ ଶେଯ ତ୍ୟାଗ କରନ୍ତୁ।
ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପିନ୍ଧନ୍ତୁ।
ଘରେ ଭଗବାନଙ୍କୁ ପୂଜା କରି ଦୀପ ଲଗାନ୍ତୁ।
ଦେବୀଦେବତାଙ୍କୁ ଗଙ୍ଗାଜଳ ଅର୍ପଣ କରନ୍ତୁ।
ଏହିଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରନ୍ତୁ।
ଭଗବାନଙ୍କ ନିକଟରେ ଭୋଗ ଅର୍ପଣ କରନ୍ତୁ।
ଆଳତୀ କରନ୍ତୁ।
ଭଗବାନଙ୍କ ଧ୍ୟାନ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories