ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତ ଅନ୍ତର୍ଗତ ସାଗରମୁଣ୍ଡା ପୋଖରୀକୁ ପୁନଃରୁଦ୍ଧାର କରିବା ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରୋକୋଷ୍ଠରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି ଯୁବ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା। ସାଗରମୁଣ୍ଡା ପୋଖରୀ ପୁନଃରୁଦ୍ଧାର ହେଲେ ସ୍ଥାନୀୟ ଜନସାଧାରଣ ଉପକୃତ ହେବା ସହିତ ସାଗରମୁଣ୍ଡାର ଜଳଧାରଣ କ୍ଷମତା ବଢିବ। ଏଥି ସହିତ ସ୍ଥାନୀୟ ଚାଷୀ ମାନେ ଉପକୃତ ହେବେ ଏବଂ ଏହାର ସୌନ୍ଦର୍ଯ୍ୟକରଣ ବଢିବା ସହିତ ଜନସାଧାରଣଙ୍କ ଆମୋଦପ୍ରମୋଦ ପାଇଁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ବାନ୍ଧିଛନ୍ତି।
Popular Categories



