www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରେସ୍‌ ମାଲିକ ଭାବେ ମୋ ପାଖକୁ ଯାହା ଆସେ ତା’ର ପ୍ରାପ୍ୟ ନେଇ ତାକୁ ଛାପିଥାଏ: ଲଲାଟ ଭଞ୍ଜ

ଭୁବନେଶ୍ୱର: ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମୟୂର ଅଫସେଟ୍‍ ପ୍ରିଣ୍ଟର୍ସ ସଂସ୍ଥାର ସତ୍ତ୍ୱାଧିକାରୀ ଲଲାଟକିଶୋର ଭଞ୍ଜଙ୍କ ନାମରେ ଉଠିଥିବା ଅଭିଯୋଗ ସଂପର୍କରେ ଏକ ସ୍ପଷ୍ଟୀକରଣ ଜରିଆରେ ପ୍ରେସ୍‍ ରିଲିଜ୍‍ ଜାରି କରିଛନ୍ତି କର୍ତ୍ତୃପକ୍ଷ। ତାଙ୍କର କହିବା କଥା ମୁଁ ହେଉଛି ପ୍ରିଣ୍ଟିଂ ପ୍ରେସ୍‍ର ମାଲିକ। ମୋ ପାଖକୁ ଯାହା ଛାପିବା ପାଇଁ ଆସେ ତା’ର ପ୍ରାପ୍ୟ ନେଇ ମୁଁ ତାକୁ ଛାପି ହସ୍ତାନ୍ତର କରିଥାଏ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ଖବରକାଗଜ ସଂସ୍ଥାର ମାଲିକ କେଉଁଭଳି ଆକାରରେ, କିଭଳି ଛଳନା କରି ନକଲି ବିଜ୍ଞାପନ ସଂଗ୍ରହ କରି ଏଭଳି କେଳେଙ୍କାରୀ କରିଛନ୍ତି ତାହା ଜାଣିବା ମୋ ପକ୍ଷରେ ସମ୍ଭବ ନୁହେଁ। ଲଲାଟ ଭଞ୍ଜ ତାଙ୍କ ପ୍ରେସ୍‍ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି, ୨୦୧୫ ମସିହାରେ ମନୋଜ କୁମାର ସେଠ୍‍ ନାମକ ଜଣେ ବ୍ୟକ୍ତି ତାଙ୍କର ସମାଜ ଆଇନା ଓ ସ୍ପିଡି ନ୍ୟୁଜ୍‍ ନାମକ ପତ୍ରିକା ଛପାଇବା ପାଇଁ ମୋ ପ୍ରେସର ନାମକୁ ବ୍ୟବହାର କରୁଥିଲେ ଓ ୨୦୧୫, ୨୦୧୬ ମସିହା ଦୁଇବର୍ଷ ଧରି ମୋ ପ୍ରେସରେ ଛାପୁଥିଲେ। ଉଦୟନାଥ ସାହୁ ମଧ୍ୟ ତାଙ୍କର ସିଂହାସନ ଦୈନିକ ସମ୍ବାଦପତ୍ର ମୋ ପ୍ରେସରେ ଛପାଉଥିଲେ। ଛାପିବା ପାଇଁ ସ୍ଥିର ହୋଇଥିବା ଅର୍ଥରେ ଉଭୟ ରିହାତି ମାଗିବାରୁ ଆମେ ସେ ଦୁହିଁଙ୍କର କାଗଜଗୁଡ଼ିକୁ ଆଉ ଛାପିବା ବନ୍ଦ କରିଦେଲୁ।

୨୦୧୬ ମସିହାରେ ମନୋଜ କୁମାର ସେଠ୍‍ ତତ୍କାଳୀନ ଉତ୍ତରପ୍ରଦେଶ ସାଂସଦ ଯୋଗୀ ଆଦିତ୍ୟନାଥଙ୍କର ଲେଟରପ୍ୟାଡ ଓ ଇମେଲ୍‍ ଜାଲି କରି ସେମାନେ ବିଭିନ୍ନ ସଂସ୍ଥାରୁ କୋଟି କୋଟି ଟଙ୍କାର ବିଜ୍ଞାପନ ସଂଗ୍ରହ କରିଥିବା ମାମଲାରେ ଛନ୍ଦି ହୋଇଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ ଦିଲ୍ଲୀ ପୁଲିସ୍‍ ଆସି ମନୋଜ ସେଠ୍‍ଙ୍କୁ ଓଡ଼ିଶାରୁ ଉଠାଇ ନେଇଥିଲା। ସେ ବର୍ତ୍ତମାନ ତିହାର ଜେଲରେ ଥିବା ଶୁଣିବାକୁ ମିଳୁଛି। ଆର୍‍ଏନଆଇ ଡାଟା ବେସ୍‌ରେ ଆମ ପ୍ରେସର ନାମ ସେ ଦୁଇଜଣ ପରିବର୍ତ୍ତନ କରିନଥିବାରୁ ଆମ ପାଖକୁ ୧୨ ଫେବୃଆରୀ ୨୦୨୨ରେ ଦିଲ୍ଲୀ ପୁଲିସ୍‍ ନୋଟିସ୍‍ ପଠାଇଥିଲା। ୧୪, ଫେବୃଆରୀ ୨୦୨୨ରେ ଆମେ ସେ ନୋଟିସର ଉତ୍ତର ଦେଲୁ କି ସମାଜ ଆଇନା ଓ ସ୍ପିଡି ନ୍ୟୁଜ୍‍ ଆମ ପାଖରେ ୨୦୧୫ ଓ ୨୦୧୬ରେ ଛପାଯାଉଥିଲା। କିନ୍ତୁ ତା’ପରେ ଆମେ ଆଉ ତାହା ଛାପୁନଥିଲୁ ଓ ଏହି ମାମଲାର ମୁଖ୍ୟ ଖବରକାଗଜ ‘ଟପ୍‍ ନ୍ୟୁଜ୍‍’ ଆମ ପାଖରେ କେବେ ବି ଛପା ହୁଏ ନାହିଁ ବା ସେ କାଗଜ ଛାପିବା ପାଇଁ ଆମେ କେବେ ଆମର ଏନ୍‍.ଓ.ସି. ଦେଇନାହୁଁ। ଏଠାରେ ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ, ମନୋଜ ସେଠ୍‍ ଓ ଉଦୟ କୁମାର ସାହୁ ଉଭୟ ମୋ ପ୍ରେସକୁ ସେହି ସମୟରେ ନିୟମିତ ଆସୁଥିଲେ ଓ ସେମାନଙ୍କର ପତ୍ରପତ୍ରିକା ଛାପୁଥିଲେ। ଗତ ୨୪ ତାରିଖରେ ସିବିଆଇ ଦିଲ୍ଲୀ ପୁଲିସର ଦୁଇଜଣ କର୍ମଚାରୀଙ୍କୁ ଲାଞ୍ଚ କାରବାର ମାମଲାରେ ଗିରଫ କରିଥିବା ବେଳେ ଏହି ମାମଲାରେ ଅଭିଯୋଗକାରୀ ଉଦୟ କୁମାର ସାହୁ ନିଜକୁ ଭଦ୍ର ଲୋକ ଭାବେ ପରିଚିତ କରାଇବା ପାଇଁ ମିଡିଆ ଆଗରେ ଯେଉଁଭଳି ବୟାନ ଦେଲେ ତାହା ଆଶ୍ଚର୍ଯ୍ୟଜନକ। ସେ ଅଭିଯୋଗ କରିଛନ୍ତି ଓ ଦିଲ୍ଲୀ ପୁଲିସର ଦୁଇଜଣ କର୍ମଚାରୀ ଗିରଫ ହୋଇଛନ୍ତି ଏକଥା ସତ, କିନ୍ତୁ ସେ ମିଡିଆ ଆଗରେ ମୁଁ ଫେରାର ଥିବା କଥା କହି ମୋ ଉପରେ ତାଙ୍କର ଥିବା ପୁରୁଣା ରାଗ ଶୁଝାଇବାକୁ ହୀନ ଉଦ୍ୟମ କରିଛନ୍ତି। ମୁଁ ସମାଜର ଜଣେ ପରିଚିତ ଓ ସମ୍ମାନାସ୍ପଦ ବ୍ୟକ୍ତି। ତେଣୁ ମୋ ନାମରେ ଉଠିଥିବା ଗୁଜବ ତଥ୍ୟ ସବୁ ମିଥ୍ୟା ଓ କପୋଳକଳ୍ପିତ ବୋଲି ଶ୍ରୀ ଭଂଜ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories