www.samajalive.in
Saturday, December 6, 2025
16.1 C
Bhubaneswar

ମଦ ପିଇ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା; ୫ ଗିରଫ

ଲାଞ୍ଜିଗଡ଼: ଲାଞ୍ଜିଗଡ ପୁଲିସ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉଥିବାବେଳେ ମଦ ପିଇ ଗାଡ଼ି ଚଳାଇବା ମାମଲାରେ ୫ଜଣ ବାଇକ୍ ଆରୋହୀଙ୍କୁ ଗିରଫ କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ପ୍ରତାପପୁର ଗାଁର ରାଜୁ ଦୋରା, ପୋଲସରା ଗଞ୍ଜାମ ଅଞ୍ଚଳର କାଳିଆ ପ୍ରଧାନ, ବିଲାଟିପଦରର ପ୍ରମୋଦ ମାଝୀ, ସଦର ବ୍ଲକ ଯମୁନାବାହାଲର କୁଳ ବଗତି, ଲାଞ୍ଜିଗଡ଼ ରାଜାପଡ଼ାର କୁନୁ ଗଉଡଙ୍କୁ ଗିରଫ କରିବା ସହିତ ସେମାନେ ଚଳାଉଥିବା ବାଇକକୁ ମଧ୍ୟ ଜବତ କରାଯାଇଛି। ସେହିପରି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଇବା ଅଭିଯୋଗରେ ବିଶ୍ଵନାଥପୁର ଥାନା ଅଞ୍ଚଳର ସଲପାଙ୍ଗର କଳ୍ପ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଯାଞ୍ଚ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନିର୍ଦେଶରେ ହୋଇଥିଲା। ଶ୍ରୀ ପାତ୍ର କହିବା ଅନୁଯାୟୀ ଆଗକୁ ନାବାଳକ ଗାଡ଼ି ଚଳାଉଥିଲେ ସେଥିପାଇଁ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories