www.samajalive.in
Monday, December 15, 2025
26.1 C
Bhubaneswar

ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ କଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର – ଅକ୍ଷୟ ତୃତୀୟା ଅବସରରେ ସ୍ୱାମୀନାଥନ କମିଟିଙ୍କ ରିପୋର୍ଟ ଅନୁସାରେ ଚାଷୀକୁ ଅମଳର ପ୍ରକୃତ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଗଲେ ଚାଷୀ ଖୁସି ହେବ । ଜିଲା କିଷାନ କଂଗ୍ରେସ ବଲାଙ୍ଗିର ପକ୍ଷରୁ ଆୟୋଜିତ ଅକ୍ଷୟ ତୃତୀୟା ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସଦର ବ୍ଲକ ସ୍ଥିତ ଚିକଲବାହାଲ ପଞ୍ଚାୟତର ଫଟକରା ଗାଁରେ ଅକ୍ଷିମୁଠି ଅନୁକୁଳ କରି ଏହା କହିଛନ୍ତି ।

କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର, ଜିଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରା, ରାଜ୍ୟ କିଷାନ କଂଗ୍ରେସ ସଂପାଦକ ସରୋଜ ରଥ ପ୍ରମୁଖ ଜମିରେ ଧାନବୁଣି ଅକ୍ଷି ମୁଠି ଅନୁକୁଳ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

- Advertisement -

ସ୍ଥାନୀୟ ସଫଳ ଚାଷୀଙ୍କୁ ଜିଲା କିଷାନ କଂଗ୍ରେସ ପକ୍ଷରୁ ମୁଖ୍ୟଅତିଥି ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସରକାର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିହନ ଓ ସାର ଯୋଗାଇବେ ନା ନାହିଁ କିଛି ସ୍ପଷ୍ଟ ହୋଇନାହିଁ ବୋଲି ଜିଲା କଂଗ୍ରେସ ସଭାପତି ଶ୍ରୀ ବେହେରା କହିଥିଲେ । କାର୍ଯ୍ୟକ୍ରମରେ ଶ୍ରୀଧର ବାରିକ, ନାରୀନେତ୍ରୀ ନିଳେଦ୍ରି ସେଠ, ଜୁଲୁ ପଟ୍ଟନାୟକ, ଲୋକନାଥ କୁମୁରା, ଭରତ ଭୋଇ, ସୁରେନ୍ଦ୍ର ବିଶ୍ୱାଳ, ଲମ୍ବୋଦର ମହାକୁର, ଲଳିତ ପଟେଲ, ଗୋପାଳ ପାଣ୍ଡିଆ, ଯୁଗେଶ୍ୱର ପୁଟେଲ, ରଘୁମଣି ପ୍ରଧାନ, କୁବେର ସାହୁ, ଡୋଳାମଣି ସେଠ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ କିଷାନ କଂଗ୍ରେସ ସଭାପତି ଗଗନ ନାଥ ଧନ୍ୟବାଦ ଦେଇଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories