www.samajalive.in
Sunday, December 14, 2025
19.1 C
Bhubaneswar

ଗେରୁଆମୟ ଆଖଣ୍ଡଳମଣି ପୀଠ

ଆରଡି : ପବିତ୍ର ଶ୍ରାବଣମାସର ଜଳ ଲାଗି କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ହଜାର-ହଜାର ଭକ୍ତ ନିଜକୁ ବୋଲବମ୍‍ ବେଶରେ ସଜ୍ଜିତ କରିବା ସହ ଏକମାସ ବ୍ରତ ରଖି ମହାଦେବଙ୍କ ଉପରେ ଜଳଲାଗି କରିଥାନ୍ତି। ଗେରୁଆ ବସ୍ତ୍ର ବୋଲବମ୍‍ ଭକ୍ତଙ୍କ ଦ୍ୱାରା ଗେରୁଆମୟ ହୋଇଉଠିଛି ରାଜ୍ୟର ପୁରାତନ ଶୈବପୀଠ ଆଖଣ୍ଡଳମଣି ଧାମ। ବୋଲବମ୍‍ ହରହର ବମ୍‍ , ବାବାମଣି ପାରକରେଗା ଆଦି ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ଆଖଣ୍ଡଳମଣି ପୀଠ। ଚଳିତ ସୋମବାରରେ ପୀଠରେ ୬୦ହଜାର ବୋଲବମ୍‍ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଥିଲା। ରବିବାର ଠାରୁ ମହାଦେବଙ୍କ ଉପରେ ଜଳ ଲାଗି ଆରମ୍ଭ ହୋଇଛି ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତ ପ୍ରକାଶ କରିଛନ୍ତି। ସେହିପରି ଜଳଲାଗି ନିମନ୍ତେ ସ୍ୱତନ୍ତ୍ର ବ୍ୟାରିକେଡ ସାଙ୍ଗକୁ ଆଲୋକ ବ୍ୟବସ୍ଥା କରାଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅଗଣିତ ବୋଲବମ୍‍ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହ ଭଦ୍ରକ-ଆରଡି ରାସ୍ତାରେ ୨୪ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା, ଟ୍ରଫିକ୍‍ ବ୍ୟବସ୍ଥା, ତାହାସହ ଭିଡରେ ସାଧା ପୋଷାକଧାରୀ ପୋଲିସ ପଇଁତରା ମାରୁଥିବା ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରକାଶ କରିଛନ୍ତି। ପୀଠକୁ ଅଧିକ ସଂଖ୍ୟକ ବୋଲବମ୍‍ ଭକ୍ତ ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ଧାନଖଣିଆ ଓ ମୁଆଁ ଘାଟରେ ମଟର ଚାଲିତ ବୋଟରେ ପାରି ହୋଇ ଆସୁଥିବାରୁ ସମସ୍ତ ନଦୀଘାଟରେ କଡା ସୁରକ୍ଷା ବ୍ୟବସ୍ଥା ସହ ଓଡ୍ରାଫ ଟିମ୍‍ ଓ ଅଗ୍ନିଶମ ବିଭାଗ ନିୟୋଜିତ ରହିଥିବା ଉଭୟ ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ଏଥିପାଇଁ ଜଣେ ଏଏସପି, ୪ଜଣ ଡିଏସପି, ୧୦ଜଣ ଇନସିପେକ୍ଟର, ୪ପ୍ଲାଟୁନ ବଳ, ୬ଜଣ ହାବିଲିଦାର, ୮ଜଣ ଟ୍ରଫିକ ପୁଲିସ ସହିତ କନେଷ୍ଟବଳ ଓ ହୋମଗାର୍ଡ ନିୟୋଜିତ ରହିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories