www.samajalive.in
Sunday, December 7, 2025
13.1 C
Bhubaneswar

ସିଧୁ ଜଣେ ପାଗଳ ; କଂଗ୍ରେସ, ଭାଜପା, ଆପ୍‍ ସହିତ ଆମର ଆଉ ବୁଝାମଣା କରିବାର ନାହିଁ- ସୁଖବୀର ସିଂ ବାଦଲ

ଚଣ୍ଡିଗଡ: ପଞ୍ଜାବରେ ସଂପ୍ରତି ସୃଷ୍ଟି ହୋଇଥିବା ରାଜନୈତିକ ହଲଚଲକୁ ନେଇ ଶିରୋମଣି ଅକାଳି ଦଳ (ଏସଏଡି) ସଭାପତି ସୁଖବୀର ସିଂ ବାଦଲ କଂଗ୍ରେସ ନେତୃତ୍ୱାଧୀନ ପଞ୍ଜାବ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଧୀନରେ ରାଜ୍ୟର ଧ୍ୱଂସ ନିଶ୍ଚିତ। ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅକାଳି ଦଳ ନୂଆ ମେଣ୍ଟ କରିବା ସମ୍ଭାବନା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି।
ରାଜ୍ୟରେ ସଂପ୍ରତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ନବଜୋତ ସିଂ ସିଧୁଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେି ଅକାଳି ଦଳ ମୁଖ୍ୟ ପ୍ରଶ୍ନ କରିଛନ୍ତି ଯେ ସିଧୁ ତିନିବର୍ଷ କାଳ କ୍ୟାବିନେଟ ମନ୍ତ୍ରୀ ଥିବା ସମୟରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦଟିଏ ମୁହଁ ଖୋଲିନଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରି ଶ୍ରୀ ବାଦଲ କହିଛନ୍ତି, ରାଜ୍ୟରେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ନିଜ ଘରୁ କଦାପି ବାହାରକୁ ଆସିନାହାନ୍ତି। କୋଭିଡ ବର୍ଷକରୁ ଅଧିକ ସମୟ ହେଲା ସାରା ଦେଶକୁ ଆତଙ୍କିତ କରି ରଖିଛି। କିନ୍ତୁ ଗତ ଚାରିବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ୧୧ ଥରରୁ ଅଧିକ ଥର ନିଜ କାର୍ଯ୍ୟାଳୟକୁ ଯାଇନାହାନ୍ତି। ତାଙ୍କୁ କିଭଳି ମୁଖ୍ୟମନ୍ତ୍ରୀ କୁହାଯାଇପାରିବ ବୋଲି ଶ୍ରୀ ବାଦଲ ପ୍ରଶ୍ନ କରିଛନ୍ତି। ଲୋକମାନେ ତାଙ୍କୁ ଗାଁରେ ପୁରାଇ ଦେଉନାହାନ୍ତି। କଂଗ୍ରେସ ନିଜର ଆସ୍ଥା ହରାଇସାରିଛି। ଅବଶ୍ୟ ସେ ଏକଥା ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ କଂଗ୍ରେସରେ ଚାଲିଥିବା ବିବାଦରୁ ଅକାଳି ଦଳ ଫାଇଦା ଉଠାଇବାକୁ ଚାହୁଁନାହିଁ। ଅମରିନ୍ଦର ଯେତେ ଅଧିକ କାଳ ମୁଖ୍ୟମନ୍ତ୍ରୀ ରହିବେ, ସେତେ ଶୀଘ୍ର ଶୀଘ୍ର ରାଜ୍ୟର ଧ୍ୱଂସ ହୋଇଚାଲିବ। ଆଗାମୀ ନିର୍ବାଚନରେ ତାଙ୍କ ଦଳ ଭାଜପା, କଂଗ୍ରେସ ଏବଂ ଆପ୍‍ ବ୍ୟତୀତ ଅନ୍ୟ ଦଳ ସହିତ ମେଣ୍ଟ କରିବାକୁ ପ୍ରସ୍ତୁତ ବୋଲି ସେ ସ୍ପଷ୍ଟ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories