www.samajalive.in
Saturday, December 6, 2025
14.1 C
Bhubaneswar

ପଞ୍ଜାବରେ ରାଜ୍ୟପାଳ ଓ ସରକାର ମୁହାଁମୁହିଁ; ମୁଖ୍ୟମନ୍ତ୍ରୀ କହିଲେ-ମୋତେ ରିପୋର୍ଟ ମାଗ, ମୋ ଅଧିକାରୀଙ୍କୁ ନୁହେଁ

ଚଣ୍ଡୀଗଡ଼: ପଞ୍ଜାବରେ ଆଇନ ବ୍ୟବସ୍ଥାକୁ ନେଇ ରାଜ୍ୟପାଳ ଏବଂ ସରକାର ମୁହାଁମୁହିଁ ହୋଇଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ବିଜେପି ଅଭିଯୋଗ କରିବା ପରେ ରାଜ୍ୟପାଳ ବି.ପି. ସିଂହ ବଦନୌର ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ରିପୋର୍ଟ ତଲବ କରିଥିଲେ। ରାଜ୍ୟପାଳଙ୍କ ଏପରି କାର୍ଯ୍ୟକୁ କଡ଼ା ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୃହ ବିଭାଗ ତାଙ୍କ ଅଧୀନରେ ରହିଛି। ରାଜ୍ୟପାଳ ତାଙ୍କୁ ରିପୋର୍ଟ ରିପୋର୍ଟ ତଲବ କରିବା ବଦଳରେ ତାଙ୍କ ଅଧିକାରୀମାନଙ୍କୁ କ’ଣ ପାଇଁ ତଲବ କରୁଛନ୍ତି। ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସୁନୀଲ ଜାଖଡ଼ ବି ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିର କଡ଼ା ବିରୋଧ କରିଛନ୍ତି।

- Advertisement -

ସୂଚନା ଅନୁସାରେ, ରାଜ୍ୟରେ ମୋବାଇଲ ଟାୱାରଗୁଡ଼ିକରେ ଚାଷୀମାନେ ଭଙ୍ଗାରୁଜା କରିବା ପରେ ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ରାଜ୍ୟର ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ୩ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଉପରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏପରି ରଣନୀତି ଆପଣାଇଛି ବୋଲି ସେ କହିଛନ୍ତି। ଯଦି ବି ରାଜ୍ୟପାଳ ଆଇନ ବ୍ୟବସ୍ଥାକୁ ନେଇ ଏତେ ଚିନ୍ତିତ, ତେବେ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ସେ ତାଙ୍କୁ ରିପୋର୍ଟ ତଲବ କରିବା ଦରକାର ଥିଲା।

ଅମରିନ୍ଦର ଆହୁରି କହିଛନ୍ତି, କ୍ଷତିଗ୍ରସ୍ତ ହୋଇଥିବା ଟାୱାର ଠିକ୍‌ ହୋଇପାରିବ ଏବଂ ତାହାର ମରାମତି ଚାଲିଛି। କିନ୍ତୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ଯେଉଁ ଚାଷୀମାନେ ଆଜି ଦିଲ୍ଲୀ ସୀମାରେ ଧାରଣାରେ ବସି ଆଖି ବୁଜିଦେଇଛନ୍ତି ସେମାନଙ୍କ ପାଇଁ କ’ଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ବିଜେପି ନେତା ଆନ୍ଦୋଳନକାରୀ କୃଷକଙ୍କ ମୃତ୍ୟୁକୁ ନେଇ ଆଦୌ ଚିନ୍ତା କରିନାହାନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ ପଞ୍ଜାବରେ ଆନ୍ଦୋଳନରତ ଚାଷୀମାନେ ଜିଓ ମୋବାଇଲ କମ୍ପାନୀର ୧୫୦୦ରୁ ଅଧିକ ଟାୱାର ଭଙ୍ଗାରୁଜା କରିଛନ୍ତି। ଏପରି ନ କରିବାକୁ ରାଜ୍ୟ ସରକାର ଚାଷୀମାନଙ୍କୁ ପରାମର୍ଶ ଦେବା ସହିତ ପୁଲିସ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories