www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶାର ଦୁଇ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

ସାଲେପୁର: ଓଡ଼ିଶାର ଦୁଇ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ରାଷ୍ଟ୍ରପତି ପଦକ ଓ ପ୍ରଶଂସା ପତ୍ର ମିଳିଛି। କଟକ ଜିଲାପାଳ ଏହି ଦୁଇ ଅଙ୍ଗନବାଡ଼ି କର୍ମୀଙ୍କୁ ରାଷ୍ଟ୍ରପତି ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସାଲେପୁର ବ୍ଲକର ମଧ୍ୟକଚ୍ଛ ଅଙ୍ଗନବାଡ଼ି କର୍ମୀ କୁମୁଦିନୀ ଶତପଥୀ ଏବଂ ମୁତାରିଫା(୧)ର ଅଙ୍ଗନବାଡ଼ି କର୍ମୀ ପାର୍ବତୀ ସାହୁ ରାଷ୍ଟ୍ରପତି ପଦକ ପାଇଛନ୍ତି। ୨୦୧୧-୧୨ ଜନଗଣନାରେ ନିର୍ଭୁଲ୍‍ ତଥ୍ୟ ଦେଇଥିବାରୁ ଉଭୟଙ୍କୁ ଏହି ପଦକ ମିଳିଛି।

 

- Advertisement -

କୋଭିଡ୍‍ କଟକଣା ଯୋଗୁ ରାଷ୍ଟ୍ରପତି ଭବନରେ ଏହା ପ୍ରଦାନ କରାନଯାଇ କଟକ ଜିଲାପାଳଙ୍କ ଜରିଆରେ ପ୍ରଶଂସାପତ୍ର ଓ ରାଷ୍ଟ୍ରପତି ପଦକ ଦିଆଯିବାକୁ କୁହାଯାଇଥିଲା। ସାଲେପୁର ବ୍ଲକର ମଧ୍ୟକଚ୍ଛ ଅଙ୍ଗନବାଡ଼ି କର୍ମୀ କୁମୁଦିନୀ ଶତପଥୀ ଏବଂ ମୁତାରିଫା(୧)ର ଅଙ୍ଗନବାଡ଼ି କର୍ମୀ ପାର୍ବତୀ ସାହୁଙ୍କ ପ୍ରଶଂସାପତ୍ର ଓ ରାଷ୍ଟପତି ପଦକ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ପ୍ରଦାନ କରିଥିବା ଜଣାଯାଇଛି। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସାଲେପୁର ସିଡିପିଓ ସୁଷମା ମହାପାତ୍ର, ଅଙ୍ଗନବାଡ଼ି ଲେଡିଜ୍‍ ୱାର୍କର ଆସୋସିଏସନ୍‍ ପକ୍ଷରୁ ସଭାପତି ପ୍ରମିଳା ଦାସ, ସମ୍ପାଦିକା ପ୍ରଭାତୀ ପରିଡ଼ା, ସମାଜ ସେବୀ ଅଜୟ କୁମାର ସେନାପତି ପ୍ରମୁଖ ଦୁଇ ଅଙ୍ଗନବାଡ଼ି କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories