www.samajalive.in
Sunday, December 14, 2025
17.1 C
Bhubaneswar

ଧରାବତରଣ କଲେ ଜଗତଜନନୀ ମା’ ଦୁର୍ଗା: ଆଜି ପବିତ୍ର ‘ମହାଷ୍ଟମୀ’, ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର : ଓଙ୍କାରର ପ୍ରଣବ ଧ୍ୱନିରେ ମୁଖରିତ ସହରଠୁ ପୂରପଲ୍ଲୀ। ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ଆବାହନୀ ସଂଗୀତରେ ସମଗ୍ର ପରିବେଶ ଉତ୍ସବମୁଖର। ଜଡ଼କୁ ଚେତନାରେ ପରିବର୍ତ୍ତିତ କରିବାର ଆହ୍ଲାଦିନ ଶକ୍ତିର ଅଧିକାରିଣୀ ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାଇଁ ସକାଳୁ ସକାଳୁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତମାନଙ୍କ ଗହଳି ଚହଳି ବଢ଼ି ଯାଇଛି। ପୂରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ, ହୋମ ଯଜ୍ଞ ତଥା ପରମ ବୈଷ୍ନବୀ ଦୁର୍ଗାଙ୍କ ପାରମ୍ପରିତକ ରୀତିନୀତିରେ ପୂଜାର୍ଚ୍ଚନା ସହ ଭକ୍ତ, ଶ୍ରଦ୍ଧାଳୁଙ୍କ ମାଆ ମାଆ ଡାକରେ କମ୍ପି ଉଠୁଛଇ ପୂଜା ମଣ୍ଡପ। କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଆଦି ସାରା ରାଜ୍ୟରେ ଜାକଜକମରେ ଚାଲଥିବା ଆଦି ପୂଜା ମଣ୍ଡପରେ ମାଆଙ୍କ ଆଶିଷ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ଚାଲିଛି ମା’ ଜଗତଜନନୀଙ୍କ ପୂଜାର୍ଚ୍ଚନା ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା। ଆଜି ମୃଣ୍ମୟୀ ଦେବୀଙ୍କ ନିକଟରେ ପାଣିକଖାରୁ ବଳି ଅର୍ପଣ କରାଯିବାର ବିଧି ରହିଛି ବୋଲି ପୂଜକମାନେ କହିଛନ୍ତି। ଗତକାଲି ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିସାରିଛନ୍ତି ଓ ମା’ଙ୍କ ମହାସପ୍ତମୀ ପୂଜା ସରିଛି। କରୋନା ମହାମାରୀ ପରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବାରୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ବେଶ ଭିଡ଼ ଜମୁଛି। ଭକ୍ତିମୟ ହୋଇ ଉଠିଛି ସାରା ଅଞ୍ଚଳ। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ଶୋଭା ପାଉଛନ୍ତି। ଅନୁକୂଳ ପାଗ ରହିଛି। ପୁଲିସ ପକ୍ଷରୁ ସମସ୍ତ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମା’ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ପୂଜାକମିଟି ଗୁଡ଼ିକ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories