www.samajalive.in
Friday, December 12, 2025
14.1 C
Bhubaneswar

‘ବାହୁବଳୀ’ଠାରୁ ଅଧିକ ରୋମାଞ୍ଚକର ହେବକି “ଆର୍‌ଆର୍‌ଆର୍‌”? ସାମ୍ନାକୁ ଆସିଲା ପ୍ରଥମ ଲୁକ୍ ଭିଡ଼ିଓ

ମୁମ୍ବଇ : ବ୍ଲକ ବଷ୍ଟର ଚଳଚ୍ଚିତ୍ର ବାହୁବଳୀ ଭଳି ଉତ୍କୃଷ୍ଟ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିବା ନିର୍ଦେଶକ ଏସ୍‌ଏସ୍ ରାଜମୌଲିଙ୍କ ଆଗାମୀ ସିନେମା “ଆର୍‌ଆର୍‌ଆର୍‌”ର ଫାଷ୍ଟ ଲୁକ୍ ଭିଡ଼ିଓ ସାମ୍ନାକୁ ଆସିଛି।  ସାମ୍ନାକୁ ଆସିଥିବା ଭିଡ଼ିଓ ବାହୁବଳୀ ଭଳି ଜବରଦସ୍ତ ହୋଇଛି।
ଏହି ଚଳଚ୍ଚିତ୍ରର ଟିଜର ତଥା ପ୍ରଥମ ଲୁକ୍‌ରେ ଭୀମର ଚରିତ୍ରରେ ନଜର ଆସିବାକୁ ଥିବା ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଦେଖାଯାଇଛନ୍ତି। ଭିଡ଼ିଓର ଲୁକ୍ ଦର୍ଶକମାନଙ୍କ ମନକୁ ଛୁଇଁଛି। ବଲିଉଡ଼ ସିଂଘମ ଷ୍ଟାର ଅଜୟ ଦେବଗନ୍ ଏହି ଭିଡିଓକୁ ନିଜ ଟ୍ୱିଟରରେ ସେୟାର କରିଛନ୍ତି। ଏଥିରେ ଏନଟିଆର ସ୍ୱାଧୀନତା ସଂଗ୍ରାମୀ କୋମୁରାମ ଭୀମ ଭୂମିକାରେ ନଜର ଆସିବେ।
ଉଲ୍ଲେଖ ଯୋଗ୍ୟ,ଏହି ଫିଲ୍ମରେ ଦକ୍ଷିଣ ଭାରତର ଦୁଇ ସୁପରଷ୍ଟାର ଜୁନିଅର୍ ଏନଟିଆର୍, ରାମଚରଣଙ୍କ ସହ ହିନ୍ଦୀ ସୁପରଷ୍ଟାର ଅଜୟ ଦେବଗନ ଅଭିନୟ କରୁଛନ୍ତି । ଏମାନଙ୍କ ବ୍ୟତୀତ ଦକ୍ଷିଣୀ ସୁନ୍ଦରୀ ଶ୍ରୀୟା ସରନ୍ ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ଫିଲ୍ମ ପାଇଁ ଚୁକ୍ତିବଦ୍ଧ କରାଯାଇଛି । ଲକ୍ ଡ଼ାଉନ ଯୋଗୁ ଏହି ଫିଲ୍ମର ସୁଟିଂ ବନ୍ଦ ରହିଥିଲା। ଏବେ ଏହାର ଶୁଟିଂ ପୁଣିଥରେ ଆରମ୍ଭ ହୋଇଥିବା ସୂଚନା ମିଳିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories