ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ଜଣେ ସବଇନ୍ସପେକ୍ଟରଙ୍କୁ ଦାଢି ରଖିବା ମହଙ୍ଗା ପଡ଼ିଛି। ବିନା ଅନୁମତିରେ ଦାଢ଼ି ରଖିବା ପାଇଁ ପୁଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ପୁଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁୁ ଦାଢିକାଟିବାକୁ ବହୁଥର କୁହାଯାଇଥିଲା। ମାତ୍ର ସେ ଏହାକୁ ହେୟଜ୍ଞାନ କରିଥିଲେ। ସେ ଅଧିକ୍ଷକଙ୍କ ଚେତାବନୀକୁ ଅଣଦେଖା କରି ଦାଢ଼ି ରଖିଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।



