www.samajalive.in
Friday, December 12, 2025
23.1 C
Bhubaneswar

ଉତ୍ତରପ୍ରଦେଶର ଶକ୍ତିପୀଠ : ଜାଣନ୍ତୁ ଏହାର ମହତ୍ତ୍ୱ

ଉତ୍ତରପ୍ରଦେଶର ଏପରି କିଛି ପୀଠଗୁଡିକ ବିଷୟରେ ଆସନ୍ତୁ ଜାଣିବା , ଯେଉଁଠାରେ ଏପରି ମାନ୍ୟତା ରହିଛି ଯେ,ନବରାତ୍ରି ସମୟରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
ବାରାଣାସୀର ଶୈଳପୁତ୍ରୀ
କାଶୀ-ନଗର ବାରାଣାସୀର ଅଲଈପୁର କ୍ଷେତ୍ରରେ ମା’ ଶୈଳପୁତ୍ରୀଙ୍କ ପୀଠ ରହିଛି। ଏହି ମନ୍ଦିରକୁ ନେଇ ଏପରି ମାନ୍ୟତା ରହିଛି ଯେ, ନବରାତ୍ରର ପ୍ରଥମ ଦିନ ମା’ଙ୍କୁ ଦର୍ଶନ କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଏହାସହ ନବରାତ୍ର ସମୟରେ ମା’ଙ୍କୁ ଦର୍ଶନ କରି ପୂଜା କଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।
ଦେବୀ ପାଟନ ମନ୍ଦିର, ବଳରାମପୁର
ଉତ୍ତରପ୍ରଦେଶର ବଳରାମପୁର ଜିଲାର ତୁଳସୀପୁର ସହରରେ ଦେବୀ ପାଟନ ମନ୍ଦିର ଅବସ୍ଥିତ। ଏଠାରେ ନବରାତ୍ର ସମୟରେ ମେଳାର ଆୟୋଜନ କରାଯାଇଥାଏ। ଏପରି କୁହାଯାଏ ପଟେଶ୍ୱରୀ ମାତା ନିଜ ଭକ୍ତଙ୍କର ମନସ୍କାମନା ପୂରଣ କରିଥାଆନ୍ତି। ଲକ୍ଷାଧିକ ସଂଖ୍ୟାରେ ଏଠାରେ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳେ।
ମା’ଲଲିତା ଦେବୀ ମନ୍ଦିର, ସୀତାପୁର
ଏହି ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରରୁ ଲୋକେ ଧାଇଁ ଆସିଥାଆନ୍ତି। ଏଠାରେ ମା’ଙ୍କୁ ଲାଲ ରଙ୍ଗର ଓଢଣୀ ଅର୍ପଣ କରାଯାଏ। ଏପରି କରିବା ଦ୍ୱାରା ଚକ୍ଷୁ ଜନିତ କେତେକ ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ମନ୍ଦିରର କାରୁକାର୍ୟ୍ୟ ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଥାଏ।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories