www.samajalive.in
Friday, December 12, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ଏହି ଉପାୟ

ନବରାତ୍ରର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପବାସ ଓ ଏହି ସମୟରେ ସେ କେଉଁ କେଉଁ ଖାଦ୍ୟ ସେବନ କରିଥାଆନ୍ତି, ଏହା ବିଷୟରେ ଅଳ୍ପେ ବହୁତେ ସଭିଁଙ୍କୁ ଜଣା। ସେଭଳି ଖୁବ କମ ଲୋକେ ଜାଣିଥିବେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନିଜର ସୁସ୍ଥ ରଖିବା ପାଇଁ କିଛି ସ୍ୱତନ୍ତ୍ର ଡାଏଟ (ଖାଦ୍ୟର ନିୟମାବଳୀ)ର ପାଳନ କରୁଛନ୍ତି। ଜାଣନ୍ତୁ….
ଏହି ଡାଏଟ ଯୋଜନାରେ ବ୍ୟକ୍ତିଙ୍କ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ, ଦିନଯାକ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଏହି ଡାଏଟରେ କେଉଁ ସମୟରେ କେଉଁ କେଉଁ ଖାଦ୍ୟର ସେବନ କରିବେ ତାହା ନିର୍ଦ୍ଧାରିତ ହୋଇନଥାଏ ବରଂ ପ୍ରତ୍ୟେକ ଥର ଖାଦ୍ୟର ସମୟ ନିର୍ଦ୍ଧାରଣ କରାଯାଏ।
ଏହି ଡାଏଟ ଅନୁଯାୟୀ, ମୋଦୀ ଦିନକୁ ୨ଥର ଖାଦ୍ୟର ସେବନ କରିଥାଆନ୍ତି। ପ୍ରଥମେ ସକାଳ ୧୦ଟାରୁ ୫୫ ମିନିଟ ଓ ସନ୍ଧ୍ୟାରେ ୭ଟାରୁ ୫୫ ମିନିଟରେ ଭୋଜନ କରିଥାଆନ୍ତି। ଏହି ସମୟରେ ଖାଦ୍ୟରେ ଅଧିକ ପ୍ରୋଟିନ ଓ କାର୍ବୋହାଇଡ଼୍ରେଟ କମ ରଖିବା ପାଇଁ ଉପଦେଶ ଦିଆଯାଇଥାଏ।
ଏହାସହ ଏହି ଡାଏଟରେ ପ୍ରାତଃ ଭ୍ରମଣ ଖୁବ ଆବଶ୍ୟକ ବୋଲି ମଧ୍ୟ କୁହାଯାଇଛି।
ନବରାତ୍ର ସମୟରେ ପ୍ରଧାନମନ୍ତ୍ରୀ ପଇଡ ପାଣି ଓ ଲେମ୍ବୁ ପାଣିର ସେବନ କରିଥାଆନ୍ତି। ଏହାଛଡ଼ା ଅନ୍ୟଦିନରେ ମୋଦୀ ସକାଳର ଜଳଖିଆରେ ଗୁଜୁରାଟୀ ଭାକଡୀ ( ମଇଦାରେ ପ୍ରସ୍ତୁତ ଖାଦ୍ୟ), ଖାଣ୍ଡବୀ, ଇଟିଲି ସାମ୍ବର, ଡୋକଲା, ଦୋସା, ପୋହା ( ଚୂଡ଼ାରେ ପ୍ରସ୍ତୁତ ଖାଦ୍ୟ), ଭୋଜନରେ ଗୁଜୁରାଟୀ ଖାଦ୍ୟ କିମ୍ବା ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇଥାଆନ୍ତି। ମାତ୍ର ବର୍ତ୍ତମାନ ଏହି ସମସ୍ତ ଖାଦ୍ୟ ସକାଳ ୫୫ ମିନିଟ ଓ ସନ୍ଧ୍ୟାରେ ୫୫ ମିନିଟ ମଧ୍ୟରେ ସୀମିତ ରହିଛି।

 

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories